News

ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଆଶଙ୍କା

Flood 6

 ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବାର ସତର୍କ ସୂଚନା ମିଳିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଗେଟ୍  ଖୋଲିବା ପରେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ହେଲେ ବଡ଼ ବନ୍ୟା ହେବାର ନାହିଁ, ମଧ୍ୟମ ବନ୍ୟା ହେବ । ତେଣୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସଚିବ । ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ଥିବାରୁ ବଡ଼ ବନ୍ୟାର ଆଶଙ୍କା ନଥିବା ଜଳସମ୍ପଦ ସଚିବ ପ୍ରଦୀପ ଜେନା  କହିଛନ୍ତି । ଆଜି ରାତି ୧୨ଟାରେ ମୁଣ୍ଡଳି ଅତିକ୍ରମ କରିବ ବନ୍ୟା ଜଳ । ମୁଣ୍ଡଳିରେ ସାଢେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏଥିପାଇଁ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି ।

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମଧ୍ୟ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତି ନେଇ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୨ଟି ଓଡ୍ରାଫ୍‌ ଓ ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଛି ।

ପଢନ୍ତୁ: ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ୟମ, ଖାଦ୍ୟଶସ୍ୟକୁ ନେଇ ତିଆରି ରାକ୍ଷୀ

Related posts

ଆର୍.ବାଲକ୍ରିଷ୍ଣନ ହେଲେ ସରକାରଙ୍କ ମୁଖ୍ୟ ପରାମର୍ଶଦାତା

ENO Beuro

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ENO Beuro

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି

ENO Beuro

Leave a Comment