Uncategorized

ଘଣ୍ଟାକ ବର୍ଷାରେ ଉବୁଟୁବୁ ରାଜଧାନୀ

Bbsr 750x430

ଘଣ୍ଟାକର ବର୍ଷାରେ ବେହାଲ ହେଲା ରାଜଧାନୀ । ଆଜି ସକାଳ ୧୦ଟା ବେଳୁ ଆରମ୍ଭ ହୋଇଥିଲା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା । ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଲଗାଣ ବର୍ଷା । ଯେଉଁଥିରେ ସବୁବେଳେ ପାଣିରେ ବୁଡୁଥିବା ଇସ୍କନ ମନ୍ଦର ପାଖ, ସିଆରପିରୁ ଫାୟାର ଷ୍ଟେସନ୍‌, ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍‌ ଆଦି ରାସ୍ତା ପାଣିରେ ବୁଡ଼ି ଯାଇଥିଲା । ଇସ୍କନ ପାଖରେ ଚାଲୁଥିଲା ଛାତିଏ ପାଣି । ଆଜି ଜନ୍ମାଷ୍ଟମୀ  ଥିବାରୁ ମନ୍ଦିରରେ ଭକ୍ତଙ୍କ ଗହଳିଥିଲା । ହେଲେ ଭକ୍ତମାନଙ୍କୁ ସେଇ ଅପରିସ୍କାର ନର୍ଦ୍ଦମା ପାଣି ଭିତରେ ପଶି ମନ୍ଦିରକୁ ଯିବାର ଦେଖାଯାଇଥିଲା ।

ଆଜି ଜନ୍ମାଷ୍ଟମୀ ପାଇଁ ଇସ୍କନ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ମଧ୍ୟ କୃତ୍ରିମ ବନ୍ୟା  ଯୋଗୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ରାଜଧାନୀର ଅନେକ ତଳିଆ ଅଞ୍ଚଳ ବି ଜଳମଗ୍ନ ହୋଇଛି। ଏପରିକି ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶି ଯାଇଥିବା ଜଣାପଡ଼ିଛି।

ପଢନ୍ତୁ:  ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ହିମେଶ ରେସମିୟାଙ୍କ ସହିତ ଗାଇଲେ ପ୍ରଥମ ଗୀତ

Related posts

ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

ENO Beuro

ଇମ୍ରାନ୍‌ ଖାନ୍‌ଙ୍କ ଆଶ୍ଚର୍ଯ୍ୟ ଜନକ ବୟାନ: ଲୋକସଭା ନିର୍ବାଚନ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ସୁଧୁରିଯିବ

Ratnamani Moharana

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢ଼ିଲା ମହଙ୍ଗା ଭତ୍ତା

ENO Beuro

Leave a Comment