News

ଜଳଭଣ୍ଡାରରେ ସାଂଘାତିକ ଜଳ ସଂକଟ, ହୀରାକୁଦଠୁ ସଂଗିନ ରେଙ୍ଗାଳି

Untitled 13 18 750x430

ମୌସୁମୀ ଓଡିଶାକୁ ଆସିବା ପ୍ରାୟ ମାସେ ହୋଇଯାଇଥିଲେ ମଧ୍ୟ ଆଶାତୀତ ବର୍ଷା  ହୋଇନାହିଁ। କି ଆଗାମୀ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ବହୁ କ୍ଷୀଣ। ତେବେ କମ ବର୍ଷା ହେବାଦ୍ବାରା ଜଳ ଭଣ୍ଡାରର ଜଳ ସ୍ତର କମି ଏହା ସାଂଘାତିକ ରୂପ ନେବାକୁ ବସିଲାଣି।  ଉପର ମୁଣ୍ଡରେ ବର୍ଷା ନ ଥିବାରୁ ହୀରାକୁଦ ବିଦ୍ୟୁତ୍ ଉତ୍ପାଦନ  ଉପରେ ମାଡ଼ ହେବ ବୋଲି କୁହାଯାଉଛି।   ହୀରାକୁଦଠାରୁ ବି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ରେଙ୍ଗାଳିରେ। ତେବେ ଶୁଖିଲା ଶ୍ରାବଣରେ ରେଙ୍ଗାଳି ଡ୍ୟାମ୍‌ର ଜଳସ୍ତର ଆଜି ଏତେ ତଳକୁ ଖସି ଆସିଛି ଯେ ବ୍ୟବହାର କରିବାକୁ ଜଳଭଣ୍ଡାରରେ ଆଉ ମିଟରେ ଉଚ୍ଚତାର ବି ପାଣି ନାହିଁ। ରିପୋର୍ଟ ଲେଖାଯିବା ସୁଦ୍ଧା ମାତ୍ର ୭୭ସେଣ୍ଟିମିଟର ଉଚ୍ଚତାର ବ୍ୟବହାର ଉପଯୋଗୀ ଜଳ ଡ୍ୟାମ୍‌ରେ ବଞ୍ଚିଛି। ନିକଟ ଅତୀତରେ ଏଭଳି ସଂକଟକୁ ରେଙ୍ଗାଳି କେବେ ସାମ୍ନା କରି ନ ଥିଲା, ଏ ବର୍ଷର ଶୁଖିଲା ଶ୍ରାବଣ ତାହା ଦେଖାଇ ଦେଇଛି।

ଜଳାଭାବ ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ପୂରା ନିମ୍ନଗାମୀ ହୋଇଛି।  ଡ୍ୟାମ୍‌ର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ହେଉଛି ୨୫୦ମେଗାୱାଟ୍‌। ୫ଟି ଟରବାଇନ୍‌ ସେଥିରେ ଖଞ୍ଜାଯାଇଛି। କିନ୍ତୁ, ଜଳାଭାବ ଯୋଗୁ ଗତ ୬ଘଣ୍ଟା ହେଲା ଟରବାଇନ୍‌ ବନ୍ଦ ରଖାଯାଇଥିବା ବେଳେ ହାରାହାରି ବିଦ୍ୟୁତ୍‌ ଉତ୍ପାଦନ ବର୍ତ୍ତମାନ ୨୫୦ ମେଗାୱାଟ୍‌ରୁ ୪୬.୮୫ମେଗାୱାଟ୍‌କୁ ଖସି ଆସିଥିବା ଡ୍ୟାମ୍‌ ସୂତ୍ରରୁ ଜଣାପଡ଼ିଛି। ଏତେ ତଳକୁ ଜଳସ୍ତର କେବେ ଖସି ନ ଥିଲା, ଯାହା ଚଳିତ ବର୍ଷର ଶୁଖିଲା ଶ୍ରାବଣ ଯୋଗୁ ହୋଇଛି ବୋଲି ଡ୍ୟାମ୍‌ ନିର୍ବାହୀ ଯନ୍ତ୍ରୀ ଅଜିତ ଜେନା କହିଛନ୍ତି। ଆଗାମୀ ଦିନରେ ବର୍ଷାକୁ ଆମେ ଅପେକ୍ଷା କରିଛୁ। ଅଗଷ୍ଟ ବେଳକୁ ଦୁଇ/ତିନି ଦିନ ମୂଷଳ ଧାରାରେ ବର୍ଷିଲେ ଡ୍ୟାମ୍‌ର ସଂକଟ ଟଳିଯିବ। ପାଣି ରହିଯିବ। କିନ୍ତୁ, ନିକଟ ଭବିଷ୍ୟତରେ ଆଦୌ ବର୍ଷା ନ ହେଲେ ସ୍ଥିତି ଆହୁରି ସଂଗିନ ହେବ ବୋଲି ଶ୍ରୀ ଜେନା ଆଶଙ୍କା ବ୍ୟକ୍ତ କରିଛନ୍ତି।

ପଢନ୍ତୁ: ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ଆଗରେ ବିଜେଡ଼ି, ପାଟକୁରାରେ ବିଜେଡ଼ି ସମର୍ଥଙ୍କ ଶଙ୍ଖ ଧ୍ୱନି

Related posts

ନିର୍ବାଚନୀ ବିଜ୍ଞାପନ ପାଇଁ ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ବିଜ୍ଞାପନ ଖର୍ଚ୍ଚ

Ratnamani Moharana

ଏମ୍ସରେ ହାସ୍ୟ ଅଭିନେତା ପପୁଙ୍କ ଚିକିତ୍ସା ଆରମ୍ବ : ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି

Ratnamani Moharana

Leave a Comment