Featured

ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ!

ଆଜିକାଲିର ଯୁବପିଢୀ ଅଧିକ ମାତ୍ରରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସବୁବେଳେ ଫୋନକୁ ଉପରେ ନଜର ରଖିଲେ। ଏହା ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ। ଆଗକୁ ଏଭଳି ଅଭ୍ୟାସ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସବୁବେଳେ ଫୋନକୁ ଦେଖିବା ଯୋଗୁଁ ମେରୁଦଣ୍ଡର ହାଡ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି କାରଣରୁ ଆଜିକାଲି ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ହେଉଥିବା ରୋଗ ଆକ୍ରାନ୍ତ କଲାଣି।

ଆସନ୍ତୁ ଜାଣିବା ଏହାର କୁପ୍ରଭାବ ସମ୍ପର୍କରେ-

ସାଧାରଣ ମଣିଷ ମୁଣ୍ଡର ଓଜନ ୪ କିଗ୍ରାରୁ ୫ କିଗ୍ରା ହୋଇଥାଏ । ମୁଣ୍ଡ ତଳକୁ କରିବା ଲାଗି ବେକ ବଙ୍କାଇବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ମୁଣ୍ଡ ଉପରେ ପଡୁଥିବା ଚାପ ପ୍ରାୟ ୨୭ କିଗ୍ରା ପର୍ଯ୍ୟନ୍ତ ବଢ଼ି ଯାଏ । ଏହା ଦ୍ୱାରା ସର୍ଭାଇକଲ କ୍ଷତିଗ୍ରସ୍ତ ହୁଏ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଶାରୀରିକ ସ୍ଥିତିର ପ୍ରଭାବ ମଣିଷର ମାନସିକତା, ବ୍ୟବହାର ଏବଂ ମସ୍ତିଷ୍କ ଉପରେ ବି ପଡେ । ବାରମ୍ବାର ନଇଁବା ଦ୍ୱାରା ଜଣେ ଅଧିକ ଅବସାଦ ଗ୍ରସ୍ତ ହୋଇପାରନ୍ତି।

ଏହି ସମସ୍ୟାରୁ ରକ୍ଷା ପାଇବା ଖୁବ ସହଜ । ସବୁବେଳେ ସିଧା ଭାବେ ଛିଡା ହେବା ଉଚିତ। ସୋସିଆଲ ସାଇକ୍ଲୋଜିଷ୍ଟଙ୍କ ଅନୁସାରେ, କନଫିଡେଣ୍ଟ ପୋଜିସନରେ ଛିଡା ହେବା ଦ୍ୱାରା ଟେଷ୍ଟାଷ୍ଟେରୋନ ଏବଂ କର୍ଟିସଲ ହରମୋନ ସଠିକ ପରିମାଣରେ ପ୍ରବାହିତ ହୋଇପାରେ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବା ସମ୍ଭବ ହୁଏ।

ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ , ସବୁବେଳେ ଫୋନରେ ବ୍ୟସ୍ତ ରହିବା ଅଭ୍ୟାସ ବାସ୍ତବିକ ଠାରୁ ଦୂରେଇ ନିଏ । ଏଥିସହିତ ଫୋନ ପାଇଁ ମୁଣ୍ଡ ତଳକୁ କରି କଥା କହିବା ମଣିଷର ବାର୍ତ୍ତାଳାପ କୈାଶଳକୁ ବି ଖରାପ କରେ।

ପଢନ୍ତୁ;

ଏମ୍‌ପିଙ୍କ ସମ୍ପତ୍ତି ତାଲିକା: ରାଜ୍ୟସଭାରେ ସବୁଠାରୁ ଧନୀ ସାଂସଦ ହେବେ ଜୟା ବଚ୍ଚନ

Related posts

ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ

ENO Beuro

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ENO Beuro

Ruchi Prativa Samman – 2017 At Saheed Bhawan On August 19

ENO Beuro

Leave a Comment