POLITICALS

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Untitled 1

ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି । ଶାସକ ତୃଣମୂଳ କଂଗ୍ରେସ  ଏବଂ ବିରୋଧୀ ବିଜେପି   ମଧ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ ।  ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରାରେ ଆଜି ପୁଣି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ବିଜେପି ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସୋମବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି। ଗତ ଶୁକ୍ରବାର ଦିନ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ହୋଇଥିବା ବଶିରହାଟ   ହିଂସା ଘଟଣାକୁ ବିରୋଧ କରି ବିଜେପି ଗତକାଲି ୧୨ ଘଣ୍ଚିଆ ବନ୍ଦ ପାଳନ କରିଥିଲା। ବଶିରହାଟରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ଅନ୍ୟ ସ୍ଥାନ ଗୁଡ଼ିକରେ କଳାଦିବସ  ପାଳନ କରିଥିଲା ବିଜେପି।

ପଢନ୍ତୁ: ବାସହରା ହୋଇପାରନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Related posts

ଯୋଗୀ ଓ ମାୟାବତୀଙ୍କୁ ଝଟକା:ଇସିଙ୍କ ନିର୍ଦ୍ଦେଶ ୨ ଦିନ କରିପାରିବେନି ନିର୍ବାଚନ ପ୍ରଚାର

Ratnamani Moharana

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ENO Beuro

ମମତାଙ୍କ ପ୍ରଚାର ବନ୍ଦ କଲେ ନିର୍ବାଚନ କମିଶନ

Ratnamani Moharana

Leave a Comment