SPORTS

ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ

Untitled 1

ବିରାଟ ବାହିନୀର କଙ୍ଗାରୁ ଶିକାର

ଆଇସିସି ୱାର୍ଲଡ କପର ରବିବାର ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍ କୁ ଭାରତ ଅକ୍ଲେଶରେ ଜିତିଯାଇଛି। ବିଶ୍ବକପ୍‌ରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି। ଫଳରେ ରବିବାର ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ଭାରତ କ୍ରମାଗତ ୨ୟ ବିଜୟ ହାତେଇ ପାରିଛି। ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା  ଶତକ ମାରିଥିବା ବେଳେ ଏହି ମ୍ୟାଚ୍‌ରେ ଶିଖର ଧାୱନ ଶତକ ମାରିଛନ୍ତି। ଏହାସହ ଭାରତୀୟ ବୋଲର ପେସାଦାର ପ୍ରଦର୍ଶନ ବଜାୟରଖି ଦଳକୁ ୨ୟ ମ୍ୟାଚ୍‌ରେ ୨ୟ ବିଜୟ ଦେଇଛନ୍ତି।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶିଖର ଧୱନ୍ (୧୧୭)ଙ୍କ ଶତକ ଓ ଅଧିନାୟକ ବିରାଟ୍ (୮୨)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନ୍ କରିଥିଲା। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର। ଏହି ବିଶାଳ ଟାର୍ଗେଟର ଜବାବରେ ଅଷ୍ଟ୍ରେଲିଆ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରି ପରାସ୍ତ ହୋଇଛି। ଭାରତ ପକ୍ଷରୁ ଧୱନ୍ ୧୦୯ ବଲରେ ୧୬ ଚୌକା ସହ ୧୧୭ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପଢନ୍ତୁ: ବିଶ୍ବକପ୍‌ରୁ ବାଦ୍‌ ପଡିଲେ ମହମ୍ମଦ ସେହ୍‌ଜାଦ୍‌

Related posts

ବିଶ୍ଵ ବିଲିୟାର୍ଡ୍ସ : ପଙ୍କଜଙ୍କୁ ୨୦ତମ ଟାଇଟଲ

ENO Beuro

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ ଆଣ୍ଡରସନ

ENO Beuro

ଭାରତକୁ ହରାଇ କ୍ୱାର୍ଟରରେ ଆୟରଲାଣ୍ଡ

ENO Beuro

Leave a Comment