LIFESTYLE

ଶିବଲିଙ୍ଗରେ ବେଲପତ୍ର ଚଢାଇଲା ବେଳେ ଧ୍ୟାନ ଦିଅନ୍ତୁ ଏସବୁ କଥାର , ନହେଲେ ମିଳିପାରେ ଓଲଟା ଫଳ

By Krishna Kumar Manoj

November 20, 2017

ଦେବ ଦେବ ମହାଦେବଙ୍କୁ ଙ୍କୁ ପ୍ରସନ୍ନ କରିବାର ଅନେକ ପ୍ରକାର ଉପାୟ ରହିଛି । ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ପାଇଁ ଭିନ୍ନ ଭିନ୍ନ ଉପାୟ । ଯଥା ରୁଦ୍ରାଭିଶେଖ , ଜଳାଭିଶେଖ , ନାଗ ପ୍ରତିଷ୍ଠା , ଷୋଳ ସୋମବାର ବ୍ରତ , ଜାଗର ବ୍ରତ , ଶ୍ରାବଣ ମାସରେ ପାଣି ନେଇ ଶିବଙ୍କ ମୁଣ୍ଡରେ ଢଳିବା ଇତ୍ୟାଦି । ଶିବଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ ସୋମବାରରେ ମନ୍ଦିରକୁ ଯାଇ ଶିବଙ୍କ ମଥାରେ କ୍ଷୀର , ଦୁଦୁରା ଫୁଲ ନଚେତ ଅରଖ ଫୁଲ ଓ ତ୍ରିଶାଖା ବେଲପତ୍ର ଚଢେଇବା । ଚମ୍ପା ଫୁଲ ଚଢେଇଲେ ଅତି ଭଲ ।  ଶିବଲିଙ୍ଗରେ ବେଲପତ୍ର ଚଢାଇ ଆମେ ମହାଦେବଙ୍କୁ ଭକ୍ତିର ସହ ଉପାସନା କରିଥାଉ।

ଏପରି କରିବା ଅନୁଚିତ୍-

ଶାସ୍ତ୍ରବିତ୍ ଙ୍କ  କହିବା ଅନୁଯାୟୀ ଶିବଙ୍କୁ ବେଲପତ୍ର ଚଢାଉଥିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେଉଁ ତ୍ରିଶାଖା ବେଲପତ୍ର ଆପଣ ଶିବଲିଙ୍ଗ ଉପରେ ଚଢାଉଛନ୍ତି ତାହା ତାଜା ଓ ଅକ୍ଷୁର୍ଣ୍ଣ ହୋଇଥିବା ଉଚିତ, ଅର୍ଥାତ ପତ୍ରରେ କଣା କିମ୍ୱା ପତ୍ରଟି ଚିରା କି ଫଟା ନହୋଇଥିବା ଦରକାର । ଅନେକ ସମୟରେ ଦେଖାଯାଏ ବେଲପତ୍ରରେ ଲାଗିଥିବା ଡେମ୍ଫକୁ ଆମେ ନଛିଣ୍ଡାଇ ଶିବଲିଙ୍ଗ ଉପରେ ଚଢାଇଥାଉ। କିନ୍ତୁ ଏପରି କରିବା ଅନୁଚିତ୍। ଏହାଦ୍ଵାରା ପ୍ରଭୁ ଶଙ୍କର ପ୍ରସନ୍ନ ହେବ ବଦଳରେ କୋପ କରନ୍ତି ଓ ଅମଙ୍କୁ ବ୍ରତର ଓଲଟା ଫଳ ମିଳିଥାଏ । ନାନା ପ୍ରକାର ଅମଙ୍ଗଳ ହୁଏ ।

ତେଣୁ ଯେତେବେଳେ ବେଲପତ୍ର ଚଢାଉଛନ୍ତି ସେଥିରେ ଥିବା ଡେମ୍ଫକୁ ପତ୍ରଠାରୁ ଟିକେ ଛାଡି ଛିଣ୍ଡାଇ ପ୍ରଭୁ ମହେଶ୍ଵରଙ୍କୁ ଅର୍ପଣ କରନ୍ତୁ ଓ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତି କରି ଖୁସିରେ ରୁହନ୍ତୁ ।

ପଢନ୍ତୁ, ୨୦ ନଭେମ୍ବର, ସୋମବାର – ରାଶିଫଳ