POLITICALS

ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏର ହାତ ଛାଡ଼ିଲା ଟିଡିପି !

ଚନ୍ଦ୍ରବାବୁ ନେଲେ ଚରମ ନିଷ୍ପତି

ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ତେଲୁଗୁ ଦେଶମ୍‌ ପାର୍ଟି ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଓହରି ଆସିଛି। ସର୍ବସମ୍ମତି କ୍ରମେ ପାର୍ଟିର ପଲିଟିବ୍ୟୁରୋ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଟିଡିପି ପଲିଟ ବ୍ୟୁରୋ ସଦସ୍ୟଙ୍କ ସହମତି ପରେ ଏନଡିଏ ମେଂଟରୁ ଓହରିବା ନେଇ ଚରମ ନିଷ୍ପତି ନେଇଛନ୍ତି ଚନ୍ଦ୍ରବାବୁ । ଏହି ପ୍ରସଙ୍ଗ ନେଇ କିଛି ଦିନ ତଳେ ମୋଦି ମନ୍ତ୍ରୀମଣ୍ଡଳରୁ ଓହରି ଯାଇଥିଲା ଟିଡିପି । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଦୁଇ ଜଣ ଟିଡିପି ସାଂସଦ।

ଦେଶର ଏବେ ଅଧିକାଂଶ ରାଜ୍ୟରେ ବିଜେପି ସରକାର ରହିଛି । ତେଣୁ ବିଜେପିକୁ ହଟାଇବାକୁ କଂଗ୍ରେସ ସହିତ ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏକାଠି ହେଉଛନ୍ତି । ଏହାର ନଜର ବିଭିନ୍ନ ଉପ ନିର୍ବାଚନ ଫଳାଫଳରୁ ସ୍ୱଷ୍ଟ ଜଣାପଡ଼ୁଛି । ଏଭଳି ସ୍ଥିତିରେ ଟିଡିପି ଏନ୍‌ଡିଏର ହାତ ଛାଡ଼ି ଦେବାରୁ ବିଜେପିକୁ ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଟିଡିପିର ଦୁଇ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଟିଡିପିର ୧୬ ଜଣ ସଦସ୍ୟ ଏନ୍‌ଡିଏରେ ରହିଥିଲେ । ଏଣୁ ଏନ୍‌ଡିଏ ମେଣ୍ଟରୁ ୧୬ଟି ଆସନ ହ୍ରାସ ପାଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଆନ୍ଧ୍ର ପ୍ରଦେଶ ବହୁ ଦିନରୁ ଦାବି କରି ଆସୁଥିଲା । ଏହି ଦାବି ପୂରଣ କରିବାକୁ କେନ୍ଦ୍ର ସରକାର ରାଜି ନ ହେବାରୁ ଟିଡିପି ଏହି ଚରମ ନିଷ୍ପତ୍ତି ନେଇଛନ୍ତି।

ବହୁ ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାମାନେ ମେଣ୍ଟ ଛାଡ଼ିବାକୁ ନାଇଡୁଙ୍କୁ ପୂର୍ବରୁ କହି ଆସୁଥିଲେ।ଟିଡିପି ନେତା କମ୍ଭମ୍‌ପତି ରାମମୋହନ ରାଓ କହିଲେ, ଏଇଟା ଥିଲା ଚୂଡ଼ାନ୍ତ ବିକଳ୍ପ। ରାଜ୍ୟ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ପରିବର୍ତ୍ତେ ବିଜେପି ତାମିଲନାଡୁରେ ଗୋଳିଆ ରାଜନୀତି କରୁଥିବାରୁ ମୁଖ୍ୟମନ୍ତ୍ରୀ ରାଗିଲେ।

ପଢନ୍ତୁ ;

ଫିଫା ମାନ୍ୟତା : ଶ୍ରେଷ୍ଠ- ୧୦୦କୁ ଫେରିଲା ଭାରତ

Related posts

ଶେଷରେ ହାର ମାନିଲା ପାକିସ୍ତାନ: କୂଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସ ସହାୟତା

Ratnamani Moharana

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Ratnamani Moharana

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment