ଆତଙ୍କବାଦ ବିରୋଧରେ ଭାରତ ସହ ଠିଆ ହୋଇଛି ଆମେରିକା:ଏନଏସଏ ଜନ ବୋଲ୍ଟନ

ଆମେରିକା ଆତଙ୍କୀଙ୍କ ବିରୋଧରେ ଭାରତ ସହ ସବୁବେଳେ ଠିଆ ହୋଇଛି

ଗୁରୁବାର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦୁନିଆର ସମସ୍ତ ଦେଶ ପାକିସ୍ତାନକୁ କଡା ଭତ୍ସନା କରିବା ସହିତ ଭାରତକୁ ସହେଯାଗର ହାତ ବଢାଇଛନ୍ତି।।ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକ ଜନ ବୋଲ୍ଟନ ଭାରତୀୟ ସମକକ୍ଷ ଅଜୀତ ଡୋଭାଲଙ୍କ ସହ ଫୋନରେ ଏନେଇ କଥାବାରତା କରିଛନ୍ତି।ବୋଲ୍ଟନ କହିଛନ୍ତି କି,ଆମେରିକା ଆତଙ୍କୀଙ୍କ ବିରୋଧରେ ଭାରତ ସହ ସବୁବେଳେ ଠିଆ ହୋଇଅଛି ଏବଂ ଭାରତର ଆତ୍ମରକ୍ଷାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସେ ପୁଲୱାମାରେ ସିଆରପିଏଫ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଡୋଭାଲଙ୍କ ସହ ଚର୍ଚ୍ଚା ମଧ୍ୟ କରିଛନ୍ତି।ସୂଚନାଯୋଗ୍ୟ,ଏହି ଆକ୍ରମଣରେ ସେନାର ୪୦ ଜଣ ଯବାନ ସହିଦ ହୋଇଛନ୍ତି।

ବୋଲ୍ଟନ ଡୋଭାଲଙ୍କ ସହ ବାରତାଳାପ କରିବା ସହ ସହିଦ ଯବାନଙ୍କ ସକାଶେ ଶୋକଜାଗ୍ରତ କରିଛନ୍ତି।ଆତଙ୍କୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ସହ ଆମେରିକା ଠିଆ ହୋଇଛି ବୋଲି ସେ ଭାରତକୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି।ପାକିସ୍ତାନର ପ୍ରୟୋଜିତ ଆତଙ୍କୀ ସଙ୍ଗଠନ ଜୈନ ଏ ମହମ୍ମଦ ପାକିସ୍ତାନ ସହ ଯୋଡି ହେବାକୁ ସେ କଡା ନିନ୍ଦା କରିଛନ୍ତି ଏବଂ ଆତଙ୍କୀଙ୍କ ବିରୋଧରେ ଯଥା ସମ୍ଭବ ପଦକ୍ଷେପ ନେବାକୁ ସେ କହିଛନ୍ତି।

ସେ କହିଛନ୍ତି ଯେ,ଆମେରିକା ପାକିସ୍ତାନକୁ ସ୍ପଷ୍ଟ ଭାବେ ଜଣେଇ ଦେଇଛି,ଆତଙ୍କୀଙ୍କୁ ସ୍ଥାନ ଦେବା ବନ୍ଦ କରନ୍ତୁ।ଏନେଇ ଡୋଭାଲ ବୋଲ୍ଟନଙ୍କୁ ଅଭାର ବ୍ୟକ୍ତ କରିଛନ୍ତି।ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ,ଆତଙ୍କବାଦର ସାମ୍ନା କରିବା ପାଇଁ ଆମେରିକା ଭାରତ ସହ ସର୍ବଦା ଠିଆ ହୋଇ ରହିଛି।ଫ୍ରାନ୍ସ, ଆମେରିକା, ଜର୍ମାନୀ ସମେତ ବହୁ ଦେଶ ଭାରତ ପାଇଁ ନିଜ ସମବେଦନା ବ୍ୟକ୍ତ କରିଛନ୍ତି

ପଢନ୍ତୁ:ଆଜି ସକାଳୁ ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More