POLITICALS

‘କାଶ୍ମୀର’ ଆମର, କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିଲେ ଅମିତ ଶାହା

Untitled 1

ଲୋକସଭାରେ ଆଗତ ହୋଇଛି ଜାମ୍ମୁକାଶ୍ମୀର ପୁରନର୍ଗଠନ ବିଲ୍ । ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ କଂଗ୍ରେସ ଏହି ବିଲକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ।  କଂଗ୍ରେସ ସଦସ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ଜାମ୍ମୁକାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ସେହିପରି ପିଓକେ ମଧ୍ୟ ଭାରତର ଅଭିନ୍ନ ଅଙ୍ଗ । କାଶ୍ମୀର ଦାୟିତ୍ୱ ଆମର, ଆବଶ୍ୟକ ପଡିଲେ କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଶାହା ଆହୁରି ମଧ୍ୟ କହିଛନ୍ତି, ଜାମ୍ମୁକାଶ୍ମୀର ପାଇଁ ସମ୍ବିଧାନ ଗଠନ ହେବ, ଏହାକୁ କେହି ରୋକିପାରିବେନି । ଜାମ୍ମୁକାଶ୍ମୀର ମଧ୍ୟରେ ପିଓକେ  ଆସୁଛି । ତେବେ ଆଜିର ପ୍ରସ୍ତାବ ଏବଂ ବିଲ୍ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବାକୁ ଯାଉଛି । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଅମିତ ଶାହା । ଏହା ସହ ସେ କହିଛନ୍ତି ଜାମ୍ମୁକାଶ୍ମୀରକୁ ନେଇ କୌଣସି ବିବାଦ ନାହିଁ ।

ପଢନ୍ତୁ: କାଶ୍ମୀରରେ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆମେରିକାର ବୟାନ୍

 

Related posts

ବିଜେଡିରେ ମିଶିବେ ବିଜେପି ଓ କଂଗ୍ରେସ ନେତା – ପ୍ରଦୀପ ମହାରଥୀ

ENO Beuro

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

Leave a Comment