News

ବୁର୍ଖା ପିନ୍ଧି କଲେଜ ଆସିବାରୁ ବାଡ଼ି ଧରି ଗୋଡ଼ାଇଲେ ପ୍ରିନ୍ସିପାଲ୍

Untitled 1

ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ  ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନ୍‌ସିପାଲ୍‌ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ।

ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ  କହିଛନ୍ତି କଲେଜକୁ ସମସ୍ତେ ୟୁନିଫର୍ମ ପିନ୍ଧି ଆସିବାକୁ ପଡ଼ିବ। ଆସନ୍ତାକାଲିଠାରୁ ବିନା ପରିଚୟ ପତ୍ର ଏବଂ ୟୁନିଫର୍ମରେ କେହି କଲେଜ ଆସିପାରିବେ ନାହିଁ। ବୁର୍ଖାକୁ କେବେ ଡ୍ରେସ ବୋଲି କୁହାଯାଇପାରିବନି। ତେଣୁ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମରେ ଆସିବା ଦରକରାର ବୋଲି ସେ କହିଛନ୍ତି। ଏବେ ଉକ୍ତ କଲେଜରେ ପୁଲିସ କଡ଼ା ପହରା ଦେଉଛି। ଯେଉଁ ଝିଅ ବୁର୍ଖା ପିନ୍ଧି ଆସିଛନ୍ତି ତାଙ୍କୁ କଲେଜ ପାଖରେ ଥିବା ବସଷ୍ଟାଣ୍ଡକୁ ଯାଇ ବୁର୍ଖା ଖୋଲି ଆସିବା ପାଇଁ କୁହାଯାଉଛି।

ପଢନ୍ତୁ: ବିକ୍ରମ ଲାଣ୍ଡରକୁ ସକ୍ରିୟ କରିବାକୁ ପ୍ରୟାସ ଜାରି; ଲଗାତାର କମାଣ୍ଡ୍ ପଠାଯାଉଛି: ଇସ୍ରୋ

Related posts

ଓଡ଼ିଶା ଆସିବ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି

ENO Beuro

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା

ENO Beuro

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

Leave a Comment