Loading...

ଜାଣନ୍ତୁ କିପରି ହାତରେ ତମ୍ବା ମୁଦି ପିନ୍ଧିବା ଦ୍ଵାରା କଟିଯାଏ ବସ୍ତୁ ଦୋଷ

ଜାଣନ୍ତୁ କିପରି ହାତରେ ତମ୍ବା ମୁଦି ପିନ୍ଧିବା ଦ୍ଵାରା କଟିଯାଏ ବସ୍ତୁ ଦୋଷ

ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ ।

ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ । ଯେମିତି ପ୍ରତି ଟି ଧାତୁର ନିଜର ଅଲଗା ପ୍ରଭାବ ଓ ଚମତ୍କାରୀ ଲାଭ ହୋଇଥାଏ ସେହିଭଳି ତମ୍ବା ଧାତୁ ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳ ଓ ସୂର୍ଯ୍ୟ ଗ୍ରହକୁ ଶାନ୍ତ କରିବା ପାଇଁ ପିନ୍ଧା ଯାଏ । ଏହାକୁ ପିନ୍ଧିବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ ଓ ଏହା ବ୍ୟତୀତ ଏହାକୁ ପିନ୍ଧିବା ଦ୍ଵାରା ମନ ବି ଶାନ୍ତ ହୋଇଥାଏ । ତମ୍ବାର ମୁଦି ପିନ୍ଧିବା ଦ୍ଵାରା ବହୁତ ପ୍ରକାରର ଲାଭ ହୋଇଥାଏ ।  

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧାତୁ ଓ ଗ୍ରହଙ୍କର ସମ୍ବନ୍ଧ ବହୁତ ଗଭୀର ହୋଇଥାଏ। ଯଦି ଗ୍ରହ ଆପଣଙ୍କର ବିପରିତରେ ଥାଏ ତେବେ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଓ ସେମାନଙ୍କ ସହିତ ଯୋଡା ହୋଇଥିବା ସବୁ ସମସ୍ୟାର ସମାଧାନ କରିବା ପାଇଁ ତମ୍ବାର ମୁଦି ନିଶ୍ଚୟ ପିନ୍ଧିବା ଆବଶ୍ୟକ ।

Image Courtesy: Google

୨. ଏମିତି ବି କୁହାଯାଏ ଧାତୁ ମଧ୍ୟରେ ତମ୍ବା ଶୁଦ୍ଧ ଓ ଶାନ୍ତ ଧାତୁ ହୋଇଥାଏ । ଏହାର ସମ୍ବନ୍ଧ ମଙ୍ଗଳ ଓ ସୂର୍ଯ୍ୟ ସହିତ ଥାଏ । ଯଦି କାହାର ଜାତକରେ ସୂର୍ଯ୍ୟ ବା ମଙ୍ଗଳ ଦୁର୍ବଳ ଥାଆନ୍ତି ତେବେ ତମ୍ବାର ଆଙ୍ଗୁଠି ପିନ୍ଧିବା ଦ୍ଵାରା ସେହି ବ୍ୟକ୍ତିକୁ ଲାଭ ମିଳିଥାଏ ।

୩. ଏମିତି ବି ଲୋକ ମାନନ୍ତି ତମ୍ବାର ସମ୍ବନ୍ଧ ସିଧା ସୂର୍ଯ୍ୟଙ୍କ ସହିତ ଥାଏ ଏବଂ ସୂର୍ଯ୍ୟ ଯଶ ଓ ସମ୍ମାନର ପ୍ରତୀକ ହୋଇଥାନ୍ତି । ତମ୍ବାର ଆଙ୍ଗୁଠି ପିନ୍ଧିବା ଦ୍ଵାରା ବ୍ୟକ୍ତିକୁ ସମାଜରେ ପଦ ପ୍ରତିଷ୍ଠା ମିଳିଥାଏ ।

Image Courtesy: Google

୪. ଯଦି କାହାର ମାନସିକ ରୋଗ ଥାଏ ବା ବହୁତ ରାଗୁଥାନ୍ତି ତେବେ ତାଙ୍କୁ ତମ୍ବା ଧାରଣ କରିବା ଦରକାର। ବାସ୍ତୁ ଶାସ୍ତ୍ର ଅନୁସାରେ ତମ୍ବା ବାସ୍ତୁ ଦୋଷକୁ ଦୂର କରିଥାଏ । ଯଦି ତମ୍ବାରେ ତିଆରି ହୋଇଥିବା ଆଭୂଷଣ ବା ବାସନ ଘରେ ରଖନ୍ତି ତେବେ ଘରର ବାତାବରଣ ଶାନ୍ତିପୂର୍ଣ୍ଣ ହୋଇଥାଏ ଓ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ରୁହନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.