25 C
Bhubaneswar
October 25, 2020
EnewsOdia.Com
ନ୍ୟୁଜ୍

ଆଜି ବି ଏହି ସବୁ ଜିଲ୍ଲାରେ ବର୍ଷା

ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଆଜି କିଛି  ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।  ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। କେଉଁଠି ବର୍ଷା ସହ ପବନ ବାଡ଼େଇଛି ତ ଆଉ କେଉଁଠି ଘର ଦ୍ବାର ଭାଙ୍ଗିଛି। ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବାର ଖବର ବି ଆସିଛି। ଆଗକୁ ଆହୁରି ଅଧିକ ଝଡ଼ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କିଛି ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହୋଇପାରେ। ୩୦ରୁ ୪୦ କିଲୋମିଟର୍ ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଝଡ଼ ତୋଫାନ ଭଳି ପ୍ରବଳ ପବନ ହେଆ ସହିତ ବର୍ଷା କାଚିଥିଲା।

ପଢନ୍ତୁ: କରୋନା ପାଇଁ ଟୁଇଟ କରି ପ୍ରଶଂସା ସାଉଣ୍ଟୁଛି ଅମୂଲ

Related posts

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ

Ratnamani Maharana

ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଆ ସାଂସଦ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More