News

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

rain

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା  ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାରିପଦାରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୮.୬, କେନ୍ଦୁଝର ୧୪.୧, ସମ୍ବଲପୁର ୨.୬, ଏବଂ ତାଳଚେରରେ ସର୍ବାଧିକ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ୨୮ ତାରିଖରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ଅନ୍ୟସ୍ଥାନ ଗୁଡ଼ିକ ମୁଖ୍ୟତଃ ଶୁଖିଲା ରହିବ।

ପଢନ୍ତୁ; ପାକିସ୍ତାନର F-୧୬ ବିମାନକୁ ଖସାଇଲା ଭାରତ

Related posts

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ

ENO Beuro

ମନି ଲଣ୍ଡରିଂ ମାମଲା: ରବର୍ଟ ଭଦ୍ରାଙ୍କୁ ଇଡିର ୬ ଘଣ୍ଟା ଜେରା

ENO Beuro

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

ENO Beuro

Leave a Comment