News

ଆସନ୍ତା ୧୦ ତାରିଖରୁ ବଢିବ ଶୀତ ପ୍ରକୋପ – ପାଣିପାଗ ବିଭାଗର ପୂର୍ବାନୁମାନ

ବର୍ଷାର ଯେଉଁ ସାମାନ୍ୟତମ ଆଶା ଥିଲା, ତାହା ଏବେ ଦୂର ହେଇଯାଇଛି  । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ହେଲେ ତାପମାତ୍ରାରେ ବିଶେଷ ଫରକ ଆସିବନି । ବର୍ତ୍ତମାନ ଯେଉଁଭଳି ଶୀତ ଅନୁଭୂତ ହେଉଛି, ତାହା ଜାରି ରହିବ । ତେବେ ଆସନ୍ତା ୧୦ ତାରିଖରୁ ରାତି ତାପମାନ ନିମ୍ନଗାମୀ ହେବ । ଫଳରେ ରାଜ୍ୟବ୍ୟାପୀ ଶୀତ ପ୍ରକୋପ ବୃଦ୍ଧି ପାଇବ ।

ତାମିଲନାଡୁ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡିଶାରେ ହାଲକା ବର୍ଷା ଆଶା କରାଯାଉଥିଲା । ମାତ୍ର ବର୍ଷା ହେଲାନି । କେବଳ କିଛି କିଛି ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଲା । ବର୍ତ୍ତମାନ ପୂର୍ବ ଆସାମରୁ ଆଭ୍ୟନ୍ତରିଣ ଓଡିଶା ଉପର ଦେଇ ଏକ ଟ୍ରଫଲାଇନ ଯାଇଛି । ହେଲେ ଏଥିରେ ବର୍ଷା ସମ୍ଭାବନା ନାହିଁ ।  ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ପାଗ ଶୁଖିଲା ରହିବ । ତେବେ ଦକ୍ଷିଣ ଓଡିଶାରେ ପାଗ ଆଂଶିକ ମେଘାଛନ୍ନ ରହୁଥିବାରୁ ହଠାତ ରାତି ତାପମାତ୍ରା ହ୍ରାସ ପାଇବ । ଏହା ପ୍ରଭାବରେ ଶୀତ ପ୍ରକୋପ ବଢିବ ।

ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ପ୍ରକୋପ ସାମାନ୍ୟ ଅଧିକ ରହିଛି । ସର୍ବାଧିକ ଶୀତ ପ୍ରକୋପ ସାମାନ୍ୟ ଅଧିକ ରହିଛି । ସର୍ବାଧିକ ଶୀତ ଅନୁଭୂତ ହେଉଥିବା ଦାରିଙ୍ଗବାଡିରେ ଆଜିର ସର୍ବନିମ୍ନ ତାପାମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହେଇଛି । କୋରାପୁଟରେ ରାତି ତାପମାତ୍ରା ୧୪.୪ ଡିଗ୍ରୀ ସେଲସୀୟସ, ଫୁଲବାଣୀରେ ୧୫, ହିରାକୁଦରେ ୧୫.୧, ଭବାନୀପାଟଣାରେ ୧୬.୨, ସୁନ୍ଦରଗଡରେ ୧୭, ଝାରସୁଗୁଡା ୧୭.୫, କେନ୍ଦୁଝରରେ ୧୭.୯, ବଲାଙ୍ଗୀରରେ ୧୮, ଅନୁଗୁଳରେ ୧୮, ସମ୍ବଲପୁରରେ ୧୮.୧, ସୋନପୁରରେ ୧୮.୨, ତିତଲାଗଡରେ ୧୯, କଟକରେ ୧୯.୨, ଭୁବନେଶ୍ବରରେ ୧୯.୮ ଓ ବାରିପଦାରେ ୧୯.୮ ଡିଗ୍ରୀ ସେଲସିୟସ  ଥିଲା ।

ଆସନ୍ତା ୧୦ ତାରିଖରୁ ବଢିବ ଶୀତ - ପାଣିପାଗ ବିଭାଗର ପୂର୍ବାନୁମାନ

ପଢନ୍ତୁ, ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

Related posts

ପରଲୋକରେ ପୂର୍ବତନ ବାଚସ୍ପତି ସୋମନାଥ ଚାଟର୍ଜୀ

ENO Beuro

ଆନ୍ଧ୍ର ମୁହାଁ ବାତ୍ୟା, ଓଡିଶାରେ ସାମାନ୍ୟ ବର୍ଷା

ENO Beuro

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More