Loading...

ମାର୍ଚ୍ଚ ୨୪ରୁ ବଢିବ ପାରଦ

ମାର୍ଚ୍ଚ ୨୪ରୁ ବଢିବ ପାରଦ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଗରମ ଜାରି ରହିବ । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସହ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ମିଶିବା ଯୋଗୁ ଗୋଟିଏ କିମ୍ବା ଦୁଇଟି ଜାଗାରେ କାଳବୈଶାଖୀ ହୋଇପାରେ ।

ଜାରି ରହିବ ଗ୍ରୀଷ୍ମର ତାଉ । ଏବେ ପାରଦ ଖସିବା ସମ୍ଭାବନା ନାହିଁ । ଅପରପକ୍ଷରେ ଆସନ୍ତା ୨୪ ତାରିଖ ବେଳକୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ । ପାରଦ ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ରବିବାର ୫ ସହର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସର୍ବାଧିକ ତାତି ରେକର୍ଡ ହୋଇଥିଲା ଟିଟିଲାଗଡ଼ରେ ।

 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଗରମ ଜାରି ରହିବ । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସହ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ମିଶିବା ଯୋଗୁ ଗୋଟିଏ କିମ୍ବା ଦୁଇଟି ଜାଗାରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେବା ସମ୍ଭାବନା କମ୍‌ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ । ବର୍ତ୍ତମାନ ଏହା ଅବପାତ ଅବସ୍ଥାରେ ଅଛି । ବାତ୍ୟା ଯିବା ପରେ ଅର୍ଥାତ ୨୩ ତାରିଖ ପରେ ଗରମ ଆହୁରି ବଢ଼ିବ । ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏମିତି ହେଲେ ଉପକୂଳରେ ଆସନ୍ତା ୨୪-୨୫ ତାରିଖ ବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ପଶ୍ଚିମରେ ପାରଦ ୪୩ ଡିଗ୍ରୀ ଟପିପାରେ ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.