Loading...

୧୯ରୁ ବଦଳିବ ପାଗ, ୨୩ରୁ ବଢିବ ବର୍ଷା

୧୯ରୁ ବଦଳିବ ପାଗ, ୨୩ରୁ ବଢିବ ବର୍ଷା

ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ସନ୍ଧ୍ୟା ପରେ ରାଜ୍ୟକୁ ଉତ୍ତରା ପବନ ବଦଳରେ ବଙ୍ଗୋପସାଗରୀୟ ପବନ ବହିବ ।

ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ସନ୍ଧ୍ୟା ପରେ ରାଜ୍ୟକୁ ଉତ୍ତରା ପବନ ବଦଳରେ ବଙ୍ଗୋପସାଗରୀୟ ପବନ ବହିବ । ଏହାର ପ୍ରଭାବରେ କାଁ ଭାଁ କିଛି ସ୍ଥାନରେ ବୁନ୍ଦା ବର୍ଷା ହୋଇପାରେ । ୨୦, ୨୧ ଓ ୨୨ରେ ହାଲୁକା ବର୍ଷା ହୋଇପାରେ । ୨୩ରୁ ବର୍ଷା ବଢ଼ିପାରେ । ୨୫ ଯାଏ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୧୯ରେ ଆଭ୍ୟନ୍ତରୀଣ ଓଡିଶାରେ ପାଗ ମେଘୁଆ ରହିବା ସହ ବୁନ୍ଦା ବର୍ଷାର ଆଶଙ୍କା ରହିଛି । ୨୦ ଓ ୨୧ରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ସମେତ ଉତ୍ତର ଆଭ୍ୟନ୍ତରୀଣ କିଛି ବର୍ଷା ହୋଇପାରେ । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ୧୦ ମିଲିମିଟରରୁ କମ୍‌ ବର୍ଷା ହୋଇପାରେ । ୨୨ ଓ ୨୩ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବୁନ୍ଦାରୁ ହାଲୁକା ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାରେ ବୁନ୍ଦା ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିଭଳି ୨୩ ରାତିରୁ ରାଜ୍ୟରେ ବର୍ଷା ବଢ଼ିବ । ୨୪ ଓ ୨୫ରେ ଅଧିକ ଅଞ୍ଚଳରେ ବର୍ଷା ହୋଇପାରେ । ଇସିଏମ୍‌ଡବ୍ଲୁଏଫ୍‌ ମଡେଲ ଅନୁସାରେ ୨୪ ଓ ୨୫ରେ ଉତ୍ତର ଉପକୂଳ ଓ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୫ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ହେଲେ ଜିଏଫଏସ୍‌ ମଡେଲ କହୁଛି, ୨୪ ଓ ୨୫ରେ ସାରା ରାଜ୍ୟରେ ବର୍ଷା ହେବ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ହାରାହାରି ୩୫ମିମି ବର୍ଷା ହେବ । ଗଞ୍ଜାମରୁ ଜଗତସିଂହପୁର ପର୍ଯ୍ୟନ୍ତ ଅଧିକ ବର୍ଷା ରହିଛି । ଏହା ସମେତ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝରରେ ହାହାହାରି ୨୫ରୁ ୩୦ମିଲିମିଟର ବର୍ଷା ହୋଇପାରେ । ତେବେ ୨୦ ତାରିଖ ବେଳକୁ ସମ୍ଭାବ୍ୟ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.