Loading...

ଫେବୃଆରୀ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା

ଫେବୃଆରୀ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା

୨୪ ଓ ୨୫ ଦୁଇ ଦିନ ବର୍ଷା ଆଶଙ୍କା ରହୁଛି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆସନ୍ତା ୨୪ ଓ ୨୫ରେ ରାଜ୍ୟରେ ପୁଣି ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଏହି ଦୁଇ ଦିନ ବର୍ଷା ଆଶଙ୍କା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକ କହିଛନ୍ତି, ୨୪ ଓ ୨୫ ଦୁଇ ଦିନ ବର୍ଷା ଆଶଙ୍କା ରହୁଛି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି । ସେହିଭଳି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା ରହୁଛି । ୨୪ ତୁଳନାରେ ୨୫ରେ ଅଧିକ ବର୍ଷା ହୋଇପାରେ । ତେବେ ୨୫ ଯାଏ ରାଜ୍ୟରେ ଶୀତ ବଢ଼ିବନି ବୋଲି ସେ ଆକଳନ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.