Loading...

ନୂଆ ବର୍ଷରେ ଲେଉଟିବ ଶୀତ

ନୂଆ ବର୍ଷରେ ଲେଉଟିବ ଶୀତ

ଦୁର୍ବଳ ହେଲା ଘୂର୍ଣ୍ଣିବଳୟ । ଆଜିଠୁ ବଦଳିଯିବ ରାଜ୍ୟରେ ପାଣିପାଗ । ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ ।

ଦୁର୍ବଳ ହେଲା ଘୂର୍ଣ୍ଣିବଳୟ । ଆଜିଠୁ ବଦଳିଯିବ ରାଜ୍ୟରେ ପାଣିପାଗ । ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏଭଳି ପାଗ ଜାରି ରହିବ ।

ଆଜି ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡି ସହିତ ଶୀତରେ ଅସ୍ତବ୍ୟସ୍ତ ହେବ ଓଡ଼ିଶା । ଗତ କିଛି ଦିନ ହେଲା ସ୍ବାଭାବିକ ତାପମାତ୍ରାରେ ବୃଦ୍ଧି ହୋଇଥିଲା ବେଳେ ଏଥର ପାରା କମିବ । ଫଳରେ ଉପାନ୍ତରୁ ଉପକୂଳ ଜାଡ ବଢିବ । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.