EnewsOdia.Com

ବଢିବ ତାପମାତ୍ରା, କମିବ ଶୀତ

ଶୀତରେ ଥରୁଛି ସାରା ଓଡିଶା । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡି ସହ ହାଡଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୮ଟି ସହରର ତାପମାତ୍ରା ରହିଛି । ଏଣିକି ପାଗରେ ପରିବର୍ତନ ଆସିବ। ଥଣ୍ଡା ବଢ଼ିବନି।  ବୁଧବାର ରାତିଠାରୁ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏହାପରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ କୁହୁଡ଼ି ହୋଇପାରେ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ପଶ୍ଚିମ ପବନ ପ୍ରଭାବରେ ଆଜି ରାତିଠାରୁ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଉତ୍ତର ଭାରତ ଆଡ଼ୁ ଉତ୍ତରା ପଶ୍ଚିମ ପବନ ପ୍ରବାହ ଯୋଗୁଁ ବର୍ତମାନ ଶୀତର ପ୍ରକୋପ ରହିଥିଲା। ଜାନୁଆରି ୧୫ରୁ ସକାଳେ କୁହୁଡ଼ି ଅନୁଭୂତ ହେବ।

ପଢନ୍ତୁ: ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଦୀ-ଶାହା-ଡୋଭାଲ

ସମ୍ବନ୍ଧିତ ଖବର

ସାରା ରାଜ୍ୟରେ କୋହଲା ପାଗ

Ratnamani Maharana

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ ପାଇଁ ନବୀନଙ୍କ ଆହ୍ଵାନ

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana