ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭୁବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର।
ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭୁବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର। ମୁଣ୍ଡଫଟା ଖରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଦିନ ସାଢେ ୧୧ଟାରେ ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ଛୁଇଁଲା ରାଜଧାନୀ। ୪୦ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର।
୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।ଆସନ୍ତା ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।