Loading...

କାଲିଠୁ ବଢ଼ିବ ଶୀତ

କାଲିଠୁ ବଢ଼ିବ ଶୀତ

ରାଜ୍ୟରେ ଶନିବାରଠାରୁ ଶୀତ ବଢ଼ିବ । ଶୁକ୍ରବାର ରାତିରୁ ହିଁ ରାତି ତାପମାତ୍ରା କମିବା ଆରମ୍ଭ ହେବ ।

ରାଜ୍ୟରେ ଶନିବାରଠାରୁ ଶୀତ ବଢ଼ିବ । ଶୁକ୍ରବାର ରାତିରୁ ହିଁ ରାତି ତାପମାତ୍ରା କମିବା ଆରମ୍ଭ ହେବ । ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିପାରେ । ପରବର୍ତ୍ତୀ ତିନି ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ସୋମବାରଠାରୁ ରାତି ତାପମାତ୍ରା ପୁଣି ବଢ଼ିବ ଓ ଶୀତ କମିବ । ସେପଟେ ଶୁକ୍ରବାର ୭ଟି ଜିଲ୍ଲାରେ ବର୍ଷା ହୋଇଛି । ବାଲେଶ୍ୱରରେ ୩୫.୪ ମିଲିମିଟର ବର୍ଷା ହୋଇଛି । ଚାନ୍ଦବାଲିରେ ୧୯.୮, ଝାରସୁଗୁଡ଼ାରେ ୫.୪, ହୀରାକୁଦରେ ୫.୨, କେନ୍ଦୁଝରରେ ୩.୭ ବର୍ଷା ହୋଇଛି ।

ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବ । ଏହି ଦୁଇ ଦିନ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇପାରେ । ଆସନ୍ତା ଦୁଇରୁ ତିନି ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ କହିଛି । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀରୁ ଅଧିକ ଥିଲା । ଏଥିପାଇଁ ପ୍ରାୟତଃ ଶୀତ ଅନୁଭବ ହୋଇନଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.