Loading...

ହୋଲି ପରେ ପରେ କମିବ ଶୀତ

ହୋଲି ପରେ ପରେ କମିବ ଶୀତ

ଗରମ ସାମାନ୍ୟ କମିଛି । ଶୁକ୍ରବାରଠାରୁ ଆହୁରି ଖସିବ ପାରଦ । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବ । ଏବେ ଆଉ ତାତି ବଢ଼ିବା ସମ୍ଭାବନା ନାହିଁ । ତେଣୁ ହୋଲିରେ ଖରା ତାଉରୁ ହାଲୁକା ଆଶ୍ୱସ୍ତି ମିଳିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଗୁରୁବାର ବଲାଙ୍ଗିର ଥିଲା ସବୁଠୁ ଉତ୍ତପ୍ତ । ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ଥିବାବେଳେ ବୌଦ୍ଧରେ ବି ପାରଦ ୪୦ ଛୁଇଁଥିଲା । ଝାରସୁଗୁଡ଼ା ତାପମାତ୍ରା ୩୯.୨, ସମ୍ବଲପୁର ୩୯.୧, ଭବାନୀପାଟଣା ୩୯.୪, ଟିଟିଲାଗଡ଼ ୩୯.୬, ସୋନପୁର ୩୯.୨, ନୟାଗଡ଼ ୩୯ ଡିଗ୍ରୀ ସେଲସିୟସ୍‌ ଥିଲା । ପଶ୍ଚିମ ତଥା ଉତ୍ତର ପଶ୍ଚିମରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ତତଲା ପବନ ଦୁର୍ବଳ ହେବା ସହ ସାମୁଦ୍ରିକ ପବନ ବଢ଼ୁଥିବାରୁ ତାପମାତ୍ରା କମିବା ଆରମ୍ଭ ହୋଇଛି । ବିଶେଷକରି ଉପକୂଳରେ ତାତି ପ୍ରକୋପ ସାମାନ୍ୟ କମିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫-୩୬ ଡିଗ୍ରୀକୁ ଖସି ଆସିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ତାପମାତ୍ରା କମିବ । ଉପକୂଳରେ କମିଥିବାବେଳେ ଶୁକ୍ରବାରଠାରୁ ଆଭ୍ୟନ୍ତରୀଣରେ ମଧ୍ୟ ଖସିବ ପାରଦ । ୨-୩ ଡିଗ୍ରୀ କମିପାରେ । ଏବେ ଆଉ ତାତି ବଢ଼ିବନି । ହୋଲି ଦିନ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ବାତ୍ୟାର ସିଧାସଖଳ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ବାତ୍ୟା ଯିବା ପରେ ମାର୍ଚ୍ଚ ଶେଷ ସପ୍ତାହରେ ପୁଣି ତାତି ବଢ଼ିପାରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.