Entertainment

ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏହି ରୋମାଣ୍ଟିକ୍ ଯୋଡ଼ି

ନଭେମ୍ବର ୧୦ ତାରିଖରେ ରଣବୀର ସିଂହ ଦୀପିକା ପାଦୁକୋନଙ୍କ ହାତ ଧରିବେ

ବଲିଓଡ଼୍‌ର ରୋମାଣ୍ଟିକ୍ ଯୋଡ଼ି ଦୀପିକା ଓ ରଣବୀରଙ୍କ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଥମିବାକୁ ଯାଉଛି। ଖବୁଶୀଘ୍ର ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି। ଆସନ୍ତା ନଭେମ୍ବର ୧୦ ତାରିଖରେ ରଣବୀର ସିଂହ ଦୀପିକା ପାଦୁକୋନଙ୍କ ହାତ ଧରିବେ।

୫ମାସ ପୂର୍ବରୁ ଦୁଇ ଜଣଙ୍କର ନିର୍ବନ୍ଧ ହୋଇ ସାରିଥିବା ବେଳେ ଏବେ ଦୁଇ ଜଣଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୁହିଁଙ୍କ ବିବାହ ନଭେମ୍ବର ୧୯ରେ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ବଦଳାଇ ନଭେମ୍ବର ୧୦ କରାଯାଇଥିବା ଜଣା ପଡ଼ିଛି।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ସିମ୍ବାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନଙ୍କୁ ଦେଖିବାକୁ ମିଳିବ। ଫିଲ୍ମକୁ ରୋହିତ ଶେଟ୍ଟୀ ଏବଂ କରଣ ଜୋହର ମିଳିତ ଭାବେ ନିର୍ମାଣ କରୁଛନ୍ତି। ଅନ୍ୟପକ୍ଷରେ ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପଦ୍ମାବତ’ରେ ଦେଖିବାକୁ ମିଳିଥିଲା। ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା।

ପଢନ୍ତୁ; କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

Related posts

ସୋନମଙ୍କ ପରେ ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ENO Beuro

ସଲମାନ ଖାନଙ୍କୁ ୫ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

ENO Beuro

‘ଭାଭିଜୀ ଘର ପର୍‌ ହୈ’ର ନିର୍ମାତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗକୁ ଫେରାଇ ନେଲେ ଶିଳ୍ପା ସିନ୍ଦେ

ENO Beuro

1 comment

Leave a Comment