News

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି ।ପୁଞ୍ଜିଲାଲଙ୍କୁ ରାୟପୁର ନେଇ ଦୁଇ ଦିନ ଧରି ଡେମୋ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ସନ୍ଧ୍ୟାରେ ସେଠାରୁ ଫେରିଥିଲେ । ରବିବାର ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ସୋମବାର ସକାଳେ ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ପୁଣି ପାଟଣାଗଡ଼ କୋର୍ଟରେ ହାଜର କରିଥିଲେ ।

କୋର୍ଟରେ ହାଜର କରିବା ପରେ ଜଜ୍‌ ତାଙ୍କୁ ସ୍ଥାନୀୟ ଜେଲକୁ ପଠାଇ ଦେଇଛନ୍ତି। ତେବେ ତଦନ୍ତ ପାଇଁ ଆଉ ରିମାଣ୍ଡ ଅନୁରୋଧ କରାଯିବ କି ନାହିଁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିନାହିଁ । ଶନିବାର ପୁଞ୍ଜିଲାଲଙ୍କୁ ରାୟପୁର ନିଆଯିବା ପରେ ସେଠାରେ ଡେମୋ ଦେଖାଇବାକୁ କୁହାଯାଇଥିଲା । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଏସ୍‌ଆଇଟି ମୁଖ୍ୟ ଆଡିଶନାଲ ଏସ୍‌ପି ଅନୀଲ ଦାସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଉପସ୍ଥିତିରେ ଅଭିଯୁକ୍ତ ପୁଞ୍ଜିଲାଲ ରାୟପୁର ରେଲୱେ ଷ୍ଟେଶନ୍‌ରୁ ସ୍କାଏକିଙ୍ଗ କୋରିୟର ସଂସ୍ଥାରେ ବୋମା ପାର୍ସଲ କରିବା ପର୍ଯ୍ୟନ୍ତ ଏହାର ଡେମୋ ଦେଖାଇଥିଲେ । ଏହି ଡୋମୋ ଦେଖାଇଲାବେଳେ କ୍ରାଇମବ୍ରାଞ୍ଚ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି ।

ଖବରଦାତା ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,ପାର୍ସଲ ବୋମା ପଠାଇଥିବା ଅଟୋ ଡ୍ରାଇଭରଙ୍କ ସମ୍ପର୍କରେ କେହି ବି କୌଣସି ସୂଚନା ଦେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିବା ଜଣାପଡ଼ିଛି ।  ଏହି ବୋମା ବିସ୍ଫୋରଣ ମାମଲାରେ କୋରିୟର ସଂସ୍ଥାରେ ପାର୍ସଲ ବୋମା ଦେଇଥିବା ଅଟୋ ଡ୍ରାଇଭର ଜଣଙ୍କ ମୁଖ୍ୟ ସାକ୍ଷୀ ହୋଇଥିବାରୁ ଏହାର ଚିହ୍ନଟ ନିତାନ୍ତ ଜରୁରୀ ହୋଇପଡ଼ିଛି ।

ଏହାପରେ ଆଜି କୋର୍ଟରେ ପୁଞ୍ଜିଲାଲକୁ ହାଜର କରାଯାଇଥିଲା । ସେପଟେ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, ଏସ୍‌ଡ଼ିଜେଏମ୍‌ କୋର୍ଟରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବାରୁ ଜିଲ୍ଲା  ଦୌରା ଜଜ୍‌ ଅଦାଲତରେ ପୁଣି ଜାମିନ ଆବେଦନ କରାଯିବ ।

ପଢନ୍ତୁ ;

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

Related posts

ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ

ENO Beuro

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

ENO Beuro

ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ :ନରେନ୍ଦ୍ର ମୋଦି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More