LIFESTYLE

ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ ଜାଣନ୍ତୁ ? କେମିତି କରିବେ ଓଜନ ନିୟନ୍ତ୍ରଣ

ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍‌ ଫୁଡ୍‌ ଖାଆନ୍ତି । ଗରମ ଦିନେ ଲୋକମାନେ ବିଶେଷ କରି ବାହାର ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ । ଖରାଦିନେ ଏମିତି ଅନେକ ଭୁଲ୍‌ ଯୋଗୁଁ ଓଜନ ବଢ଼ିଥାଏ । ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ  ଆସନ୍ତୁ ଜାଣିବା ସେ ।

କେଉଁ ସବୁ ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହୁଏ ଜାଣନ୍ତୁ :-

  • କମ ସମୟ ଶୋଇବା କିମ୍ବା  ନୀଦ ପୂରା ନ ହେଲେ ମେଟାବୋଲିଜମ୍‌ ଖରାପ ହୋଇଥାଏ । ଭୋକ ଅଧିକ ଲାଗିଥାଏ, ଏହା ଯୋଗୁଁ ଓଜନ ବଢିଥାଏ । ତେବେ ଠିକ ସମୟରେ ସୁଅନ୍ତୁ ।
  • ଅଧିକ କୋଲ୍‌ଡ୍‌ ଡ୍ରିଙ୍କ୍‌ସ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏଥିରେ ବହୁତ ମାତ୍ରାରେ କ୍ୟାଲୋରି ଓ ଫ୍ରୁକ୍ଟୋଜ୍‌ ନାମକ ଚିନି ରହିଥାଏ, ଯେଉଁଥିପାଇଁ ଓଜନ ବଢିଥାଏ । ଗରମ ଦିନେ ଏହି ସବୁ ପାନୀୟ ଠାରୁ ଦୂରେଇ ରୁହନ୍ତୁ ।
  • ଅଧିକ ମାତ୍ରାରେ ଜୁସ ପିଅନ୍ତୁ ନାହିଁ । ଏଥିରେ ଚିନି ଓ କ୍ୟାଲୋରି ବହୁତ ଅଧିକ ମାତ୍ରାରେ ଥାଏ, ଯେଉଁଥିପାଇଁ ଓଜନ ବଢିଯାଏ ।
  • ଆଇସ୍‌କ୍ରିମ, ଫ୍ରୋଜନ୍‌ ଖାଦ୍ୟ ଅଧିକ ଖାଇବା ଭଲ ନୁହଁ । କାରଣ ଏଥିରେ ବହୁତ ପରିମାଣରେ ଚିନି ଓ ଫ୍ୟାଟ୍‌ ଥାଏ, ଯେଉଁଥିପାଇଁ ଓଜନ ବଢ଼ିଥାଏ ।
  • ରାତ୍ରି ଭୋଜନ ବିଳମ୍ବରେ କରିବା ଉଚିତ ନୁହଁ । ରାତିରେ ମେଟାବୋଲିଜମ୍‌ ଧୀର ହୋଇଯାଏ। ଠିକ ଭାବରେ କ୍ୟାଲୋରି ବର୍ଣ୍ଣିଂ ହୋଇପାରି ନ ଥାଏ ଏଥିପାଇଁ ଓଜନ ବଢିଯାଏ।
  • ଫାଷ୍ଟ୍‍ଫୁଡ୍‌ ଖାଦ୍ୟ ଖାଆନ୍ତୁ ନାହିଁ । ପିଜ୍ଜା, ବର୍ଗର, ନୁଡଲ୍‌ସ୍‌ ଭଳି ଫାଷ୍ଟ୍‍ଫୁଡ୍‌ରେ ଥିବା ଫ୍ୟାଟ୍‌ ଓ କ୍ୟାଲୋରିରୁ ଓଜନ ବଢ଼ିଥାଏ ।
  • ବିଳମ୍ବିତ ରାତିଯାଏଁ ପାର୍ଟି, ଜଙ୍କ୍‌ ଫୁଡ୍‌ ଓ ଆଲ୍‌କହଲ୍‌ ଓଜନ ବଢାଇ ଥାଏ  । ଏ ସବୁଠୁ ଦୂରେଇ ରୁହନ୍ତୁ ।


ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

Related posts

ଜାଣିଛନ୍ତି କି ଆପଣଙ୍କ ବାହାଘର କେମିତି ହେବ ? ତେବେ ଜାଣନ୍ତୁ ରାଶି ଅନୁସାରେ ବାହାଘର କେମିତି ହେବ

ENO Beuro

ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ

Ratnamani Moharana

ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

ENO Beuro

Leave a Comment