LIFESTYLE

ଆପଣ ଡାଏଟ କରୁଛନ୍ତି କି?ତେବେ ଆସନ୍ତୁ ଜାଣିବା ଡାଏଟ ସମୟରେ ଭାତ ନାଁ ରୁଟି ଖାଇବେ

ଡାଏଟରେ କରୁଥିବା ବ୍ୟକ୍ତିମାନେ ଅନେକ ସମୟରେ ଭାତ ଏବଂ ରୁଟିକୁ ନେଇ ଚିନ୍ତିତ ଥାଆନ୍ତି । କାରଣ ସେମାନେ ଠିକ ଭାବରେ ଜାଣି ନଥାନ୍ତି ଯେ କେଉଁଟି ଡାଏଟ ପାଇଁ ଉପଯୁକ୍ତ ଖାଦ୍ୟ । ଓଜନ କମ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ଆରମ୍ଭ କରିବା ସହଜ କିନ୍ତୁ ପ୍ରକୃତ ଖାଦ୍ୟକୁ ବାଛିବା କଷ୍ଟ । ଅନେକ ସମୟରେ ଏହାକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୁଏ ,ପୁଣି ଅନ୍ୟ ମାନଙ୍କ କଥା ଶୁଣି ଦ୍ୱନ୍ଦରେ ପଡି ଯାଆନ୍ତି । କାରଣ କେହି କେହି ଠିକ ଉପାୟ ବିଷୟରେ ଜାଣି ପାରନ୍ତି ନାହିଁ, ଯାହା ଦ୍ୱାରା ଡାଏଟରେ ବାଧା ସୃଷ୍ଟି ହୋଇଥାଏ । ତେବେ ଡାଏଟ୍ ସମୟରେ କ’ଣ ଖାଇବା ଆସନ୍ତୁ  ଜାଣିବା ।

ଡାଏଟ ଟିପ୍ସ

ଆମ ଭାରତର ପ୍ରମୁଖ ଖାଦ୍ୟ ଭାତ ଏବଂ ରୁଟି ।ଯେତେବେଳେ ଓଜନ ହ୍ରାସ କରିବା କଥା ଆସେ, ସଂପୂର୍ଣ୍ଣ ଭାବରେ କୁହାଯାଇପାରେ ରୁଟି ଭାତ ଠାରୁ ଅଧିକ ଉପଯୋଗୀ । ଭାତ ଏବଂ ରୁଟି ମଧ୍ୟରେ ବିରାଟ ସାମଞସ୍ୟ ନାହିଁ । କିନ୍ତୁ ମୂଲ୍ୟାଙ୍କନ କଲେ ଜଣାପଡ଼ିବ ଯେ ଭାତ ଏବଂ ରୁଟି ମଧ୍ୟରେ ସୋଡ଼ିୟମ କେବଳ ମୁଖ୍ୟ ପ୍ରଭେଦ ସୃଷ୍ଟି କରିଥାଏ ।

ଗୋଟିଏ ପାଶ୍ୱର୍ରେ ଭାତରେ ଥିବା ସୋଡିୟମ ଅଳ୍ପଥିବା ବେଳେ, ଅନ୍ୟ ପାଶ୍ୱର୍ରେ ୧୨୦ ଗ୍ରାମ ଗହମରେ ୧୯୦ ମିଲିଗ୍ରାମ ସୋଡିୟମ ରହିଥାଏ । ତେବେ ଭାତରେ ଅଧିକ କ୍ୟାଲୋରୀ ପ୍ରୋଟିନ ରହିଥାଏ । ତେଣୁ ରୁଟି ଅପେକ୍ଷା ଭାତ ଅଧିକ କ୍ୟାଲୋରୀ ଧାରଣ କରିଥାଏ । କିନ୍ତୁ ରୁଟିରେ ଡାଏଟାରୀ ଫାଇବର କମ ଥାଏ, ଯାହାକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ ।

ରୁଟିକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ମଧ୍ୟ ଏହାକୁ ଅଧିକ ଖାଇବା ଆଦୌ ଠିକ ନୁହେଁ । କାରଣ ଗୋଟିଏ ଦିନରେ ୪ଟି ରୁଟି ଖାଇବାକୁ ପ୍ରୟାସ କରନ୍ତୁ, କିନ୍ତୁ ତାହାଠାରୁ ଅଧିକ ନୁହେଁ । ଯଦି ଆପଣ ରାତ୍ରିଭୋଜନରେ ରୁଟି ଖାଇବାକୁ ଇଛା କରନ୍ତି, ତେବେ ୭ଟା ୩୦ ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ।

ଆପଣ ଡାଏଟ କରୁଛନ୍ତି କି?ତେବେ ଆସନ୍ତୁ ଜାଣିବା ଡାଏଟ ସମୟରେ ଭାତ ନାଁ ରୁଟି ଖାଇବେ Rice and chappti

ପଢନ୍ତୁ ;

ଆପଣଙ୍କ ସ୍ୱାମୀଙ୍କ ବିଷୟରେ ଏହି ୩ଟି କଥା କାହାକୁ ଜଣାନ୍ତୁ ନାହିଁ

Related posts

ଜାଣିରଖନ୍ତୁ କେଉଁ କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ ଅଟେ ?

ENO Beuro

ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ମନେ ରଖନ୍ତୁ ଏହିସବୁ କଥା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More