LIFESTYLE

ସକାଳୁ ଆଲାର୍ମ ବାଜିବା ପରେ ବି ପୁଣି ସୋଇପଡୁଛନ୍ତି କି ? ତେବେ ଆପଣନ୍ତୁ ଏହି ଉପାୟ

ଅଧିକାଂଶ ଲୋକଙ୍କୁ ସକାଳୁ ଉଠିବାକୁ ବହୁତ କଷ୍ଟ ଲାଗେ । ଏମିତି କି ସକାଳୁ ଆଲାର୍ମ ବାଜିବା ପରେ ମଧ୍ୟ ନିଦ ଭାଙ୍ଗି ନ ଥାଏ । ସକାଳୁ ଆଲାର୍ମ ବାଜିବା ପରେ ତାହାକୁ ବନ୍ଦ କରି ପୁଣି ଶୋଇପଡ଼ିବା ସମସ୍ତଙ୍କ ଏହି ଅଭ୍ୟାସ ଅଛି । ନିଦ ଭାଙ୍ଗିବା ପରେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ବାକି ନଥାଏ । ତେବେ, ଆସନ୍ତୁ ଜାଣିବା କ’ଣ କଲେ ଆପଣ ସହଜରେ ସକାଳୁ ଉଠିପାରିବେ।

କ’ଣ କଲେ ଆପଣ ସହଜରେ ସକାଳୁ ଉଠିପାରିବେ ଜାଣନ୍ତୁ

ଆଲାର୍ମ ଘଣ୍ଟା ପାଖରେ ସକାଳେ କରିବାକୁ ଥିବା କାମ ସଂପର୍କିତ କିଛି ଜିନିଷ ରଖନ୍ତୁ । ଯେପରି ଆପଣଙ୍କୁ ମନେ ପଡ଼ିଯିବ ଯେ ଆପଣଙ୍କର ଏହି କାମ କରିବାର ଅଛି ଆଉ ନିଦ ଭାଙ୍ଗିଯିବ ।

ଏବେ ମୋବାଇଲରେ ଏକ ଆପଲିକେସନ୍ ବି ଉପଲବ୍ଧ । ସେହି ଆପଲିକେସନ୍ ମୁତାବକ ଆପଣ ଚାହିଁକରି ବି ତୁରନ୍ତ ଆଲାର୍ମ ବନ୍ଦ କରିପାରିବେ ନାହିଁ । ଆଲାର୍ମ ବନ୍ଦ କରିବାକୁ ଚେଷ୍ଟା କଲେ ଆପଣଙ୍କ ସାମ୍ନାରେ ୨-୩ଟି ଷ୍ଟେପର ଗଣିତ କରିବାକୁ ହେବ। ସେ ଷ୍ଟେପ୍ ଆପଣ ସ୍କିପ୍ କରିପାରିବେ ନାହିଁ । ଫଳରେ ଆଲାର୍ମ ବନ୍ଦ ହେବା ଭିତରେ ଆପଣଙ୍କ ନିଦ ଭାଙ୍ଗି ସାରିଥିବ ।

ଯଦି ଆପଣ ଆଲାର୍ମ ଦେଉଛନ୍ତି ତେବେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ । ହାତ ନପାଉଥିବା ସ୍ଥାନରେ ରଖନ୍ତୁ । ଯେପରି ଆଲାର୍ମ ବନ୍ଦ କରିବାକୁ ଆପଣଙ୍କୁ ଉଠିବାକୁ ହେବ। ଲାଉଡ୍ ସାଉଣ୍ଡ୍ ଦିଅନ୍ତୁ ।

ରାତିରେ ଖୁବ୍ ବେଶୀ ପାଣି ପିଇକି ଶୁଅନ୍ତୁ । ସକାଳୁ ସକାଳୁ ଜୋର୍ ପରିଶ୍ରା ଲାଗିଲେ ବି ନିଦ ଭାଙ୍ଗିଯିବ ।

ପଢନ୍ତୁ ;

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

Related posts

ଫୁଡ୍‌ ପଏଜନିଂର କାରଣ ଓ ଏହାର ଉପଚାର କ’ଣ ଜାଣନ୍ତୁ ?

ENO Beuro

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

ENO Beuro

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ENO Beuro

Leave a Comment