News

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ମହଙ୍ଗା ପଡିଲା ସାପ ସହ ଅଭିନୟ

ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା ସାପ ସହ ଅଭିନୟ କରି । ଯାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ପଶ୍ଚିମବଙ୍ଗର ପଶ୍ଚିମ ହସନାବାଦ୍‌ ଅଞ୍ଚଳରେ ଜୀବନ୍ତ ସାପ ସହିତ ଅଭିନୟ ସମୟରେ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ୫୦ ବର୍ଷ ବୟସ୍କା କାଳିଦାସୀ ଦେବୀ ନାମକ ଅଭିନେତ୍ରୀ ପ୍ରତିବର୍ଷ ପ୍ଳାଷ୍ଟିକ୍‌ ସାପ ସହିତ ସର୍ପମାତା ଭୂମିକାରେ ଅଭିନୟ କରିଥାନ୍ତି ।

ଚଳିତ ବର୍ଷ ଜୀବନ୍ତ ସାପ ସହ ଅଭିନୟ ପାଇଁ ତାଙ୍କ ଥିଏଟର ଗ୍ରୁପ୍‌ ଯୋଜନା କରିଥିଲା । ୨ଟି ଜୀବନ୍ତ ସାପ ସହିତ ଅଭିନେତ୍ରୀ ଜଣକ ଅଭିନୟ କରୁଥିବାବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ବିଷ ଝାଡିବା ପାଇଁ ଜଣେ ଓଝାଙ୍କ ପାଖକୁ ନିଆଯାଇଥିଲା । ମାତ୍ର ପରେ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତରଙ୍କ କହିବା ଅନୁସାରେ, ଯଦି ପୀଡିତାଙ୍କୁ ଠିକ୍ ସମୟରେ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଅଣାଯାଇଥାନ୍ତା, ତେବେ ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥାନ୍ତା । ତେବେ  ଏନେଇ ପୋଲିସ ପକ୍ଷରୁ ଥିଏଟର ଗ୍ରୁପ୍‌ ସଦସ୍ୟଙ୍କୁ ପଚରାଉଚରା କରାଯାଉଛି । ସାପର ଦାନ୍ତ ନ ଭଙ୍ଗାଯାଇ କିପରି ଅଭିନୟ କରାଯାଉଥିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ ! jatra

ପଢନ୍ତୁ ;

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

Related posts

ଜମ୍ମୁ କାଶ୍ମୀର : ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ଏବଂ ୨ଜଣ ଗୁରୁତର ଆହତ

ENO Beuro

ଜାତୀୟ ସଙ୍ଗୀତ ଉପରେ ଦେଇଥିବା ନିର୍ଦ୍ଦେଶ ଉପରେ ସୁଧାର ଆଣିବେ ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More