• Home
  • News
  • ପଶ୍ଚିମବଙ୍ଗର ନାମ ବଦଳିବ
News

ପଶ୍ଚିମବଙ୍ଗର ନାମ ବଦଳିବ

ପଶ୍ଚିମବଙ୍ଗ ଏବେ ‘ବାଂଲା’ ହେବ। ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ସମସ୍ତ ଦଳ ବିଧାନସଭାରେ ଏହି ପ୍ରସ୍ତାବ ଉପରେ ସହମ୍ମତି ପ୍ରକଟ କରିଛନ୍ତି। ଏବେ ଏହି ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯିବ। ଯଦି କେନ୍ଦ୍ରର ଗୃହ ମନ୍ତ୍ରଣାଳୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ ପଶ୍ଚିମବଙ୍ଗର ନାମ ‘ବାଂଲା’ ହେବ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭିନ୍ନ ଭିନ୍ନ ଭାଷାରେ ରାଜ୍ୟର ବିଭିନ୍ନ ନାମକୁ ନା ପସନ୍ଦ କରିଥିଲେ। ତେବେ ନୂତନ ପ୍ରସ୍ତାବରେ ସବୁ ଭାଷାରେ ପଶ୍ଚିମବଙ୍ଗକୁ ବାଙ୍ଗଲା ଭାବେ ନାମକରଣ କରାଯିବା ନେଇ ସୂଚିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏବେ ପଶ୍ଚିମବଙ୍ଗର ନାମ ବଙ୍ଗଳା ଭାଷାରେ ପଶ୍ଚିମବଙ୍ଗ ବା ପଶ୍ଚିମବଂଲା ରହିଛି। ୧୯୪୭ରେ ଦେଶ ବିଭାଜନ ବେଳେ ବଙ୍ଗ ପ୍ରାନ୍ତ ଦୁଇ ଭାଗରେ ବିଭାଜିତ ହୋଇଥିଲା। ପାକିସ୍ତାନ ଭାଗକୁ ଯାଇଥିବା ବଙ୍ଗର ପୂର୍ବ ପ୍ରାନ୍ତ ପୂର୍ବ ପାକିସ୍ତାନ ଏବଂ ଭାରତ ପଟରେ ଥିବା ପଶ୍ଚିମ ପ୍ରାନ୍ତ ପଶ୍ଚିମବଙ୍ଗ ନାମରେ ଜଣାଗଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ପ୍ରାନ୍ତ ବାଂଲାଦେଶ ନାମରେ ନାମିତ ହେବା ସହ ଏକ ଦେଶର ମାନ୍ୟତା ପାଇଛି।

ପଶ୍ଚିମବଙ୍ଗର ନାମ ବଦଳିବ ପଶ୍ଚିମବଙ୍ଗର ନାମ ବଦଳିବ mamata

ପଢନ୍ତୁ;ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରାସ ସମୟ?

Related posts

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

Krishna Kumar Manoj

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

Krishna Kumar Manoj

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More