SPORTS

ପାକିସ୍ତାନକୁ ଧୋଇଲା ୱେଷ୍ଟଇଣ୍ଡିଜ୍

P

ବିଶ୍ବକପରେ ପାକିସ୍ତାନର ଲଜ୍ଜ୍ୟାଜନକ ପରାଜୟ

ଚଳିତ ବିଶ୍ବକପରେ ପ୍ରଥମ ଏସୀୟ  ଦଳ ଭାବେ ଶୁକ୍ରବାର ବିଶ୍ଵକପ ଅଭିଯାନ ଆରମ୍ଭ କରିଥିବା ପାକିସ୍ତାନକୁ ଲାଗିଛି ଶକ୍ତ ଝଟକା। ପାକକୁ ପାଣି ପିଆଇ ଅତି ସହଜରେ ପ୍ରଥମ ମ୍ୟାଚକୁ  କବଜା କରିନେଲା ୱେଷ୍ଟଇଣ୍ଡିଜ୍। ଶୁକ୍ରବାର କିନ୍ତୁ ୱେଷ୍ଟଇଣ୍ଡିଜ୍ ବୋଲର ନିଜ ଅସଲ ଚମକ ‌ଦେଖାଇଲେ। ଯୋଜନାବଦ୍ଧ ଭାବେ ସର୍ଟ ପିଚ୍ ଓ ବାଉନ୍ସରରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ।

ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ପାକିସ୍ତାନ ମାତ୍ର ୨୧.୪ ଓଭର ଖେଳି ୧୦୫ରେ ଅଲଆଉଟ୍ ହୋଇଯାଇଥିଲା । ଅନ୍ୟପଟେ ୧୦୬ ରନର ବିଜୟଲକ୍ଷ୍ୟକୁ ପିଛାକରି ମାତ୍ର ୧୪ ତମ ଓଭରରେ ଟାର୍ଗେଟ ହାସଲ କରିଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ପକ୍ଷରୁ ଗେଲ ୩୪ଟି ବଲ ଖେଳି ୬ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୫୦ ରନ କରିଥିଲେ ।ପାକିସ୍ତାନର ଏହା ଥିଲା ଅତ୍ୟନ୍ତ ଲଜ୍ଜାଜନକ ରେକର୍ଡ ଯାହାକୁ କେହି ବି ଭାଙ୍ଗିବାକୁ ଚାହିଁବେନି ।

ପଢନ୍ତୁ: ହକି ଟୁର୍ଣ୍ଣାମେଣ୍ଟ ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ହକି ଟିମ୍‌

Related posts

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ଫ୍ରେଞ୍ଚ୍‌ ଓପନ୍‌ ସୁପର ସିରିଜ ବିଜେତା

ENO Beuro

ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

ENO Beuro

ଆଇପିଏଲ୍‌ ୧୧: ରୟାଲ ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ!

ENO Beuro

Leave a Comment