EnewsOdia.Com

ସମୁଦ୍ରରେ ଫସିରହିଛି ୫୦ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ, ବୁଲବୁଲ ଯିବା ପର୍ଯ୍ୟନ୍ତ ଧାମରାରେ ନେବେ ଆଶ୍ରୟ

ଗଭୀର ସମୁଦ୍ରରେ ଫସିରହିଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ | ସେମାନଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଧାମରାରେ ୭ଟି ବୋଟ ଆସି ପହଁଚିଥିବାବେଳେ ଆହୁରି ୪୩ଟି ବୋଟ ସମୁଦ୍ର ମଧ୍ୟରେ ଫସିରହିଛନ୍ତି | ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଣ୍ଟାଇରେ ଫସିଯାଇଥିଲା ଏହି ୫୦ଟି ବୋଟ | ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଥିଲେ |ଏହାପରେ ସମସ୍ତ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାର ପ୍ରତିଶୃତି ଦେଇଥିଲେ | ଏହି ସବୁ ମତ୍ସ୍ୟଜୀବୀ ଧାମରାରେ ରହିବେ | କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶାର ଧାମରାକୁ ଫେରିଆସିବାକୁ କୁହାଯାଇଛି | କାରଣ ସେହି ବାଟ ଦେଇ ବୁଲବୁଲ ଅତିକ୍ରମ କରିବ | ଯାହାକି ସେମାନଙ୍କ ପାଇଁ ବିପଦ ଆଣିପାରେ |

ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ ।

ପଢନ୍ତୁ: ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

ସମ୍ବନ୍ଧିତ ଖବର

ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

Ratnamani Maharana

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ଫେବୃଆରୀ ୧୯ ରୁ ମାଟ୍ରିକ୍‌ ପରୀକ୍ଷା

Ratnamani Maharana

ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

Ratnamani Maharana

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

Ratnamani Maharana

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

Ratnamani Maharana