LIFESTYLE

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗରମ ଦିନ ଆରମ୍ଭ ହୋଇ ଗଲାଣି । ବିନା କୁଲର ଓ ପଙ୍ଖାରେ ଆମେ ରହି ପାରିବା ନାହିଁ ଏ କଥା ସମସ୍ତେ ଜାଣିଛନ୍ତି । ଆମକୁ ଲାଗେ ଗରମରୁ ବଞ୍ଚିବା ପାଇଁ କୁଲର ଓ ପଙ୍ଖା ବହୁତ ଆବଶ୍ୟକ । କିନ୍ତୁ କୁଲର ବ୍ୟବହାର କଲା ସମୟରେ  ଆମେ ବେଳେ ବେଳେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରି ଥାଉ ଯାହାଦ୍ୱାରା ବିଭିନ୍ନ ଦୁର୍ଘଟଣାର ଶିକାର ହେବାକୁ ପଡେ । ଯଦି ଆପଣବିି କୁଲର ବ୍ୟବହାର କରୁଛନ୍ତି ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

କୁଲର ବ୍ୟବହାର ସମୟରେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

  •  କୁଲର ବ୍ୟବହାର କରୁଥିଲେ ତା’କୁ ପରିଷ୍କାର ରଖିବା ଉପରେ ବିଶେଷ ଧ୍ୟାନ ଦଅନ୍ତୁ । ନଚେତ କୁଲରରେ ପାଣି ଜମି ଆପଣ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ।
  • ଛୋଟ ପିଲାଙ୍କୁ କୁଲରରୁ ଯଥାସମମ୍ଭବ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ ।
  • ବାହାରକୁ ଯିବାବେଳେ ସବୁ ସ୍ୱିଚ ବନ୍ଦ କରିବା ସହ କୁଲରର ପ୍ଲଗ ବାହାର କରିନିଅନ୍ତୁ ।
  • କୁଲରରେ ଯେତିକି ପରିମାଣର ପାଣି ଦିଆଯିବା ଉଚିତ ସେତିକି ହିଁ ପାଣି ଭର୍ତ୍ତି କରନ୍ତୁ ।
  • କୁଲରରେ ବ୍ୟବହୃତ ପାଣିକୁ ନିୟମିତ ବ୍ୟବଧାନରେ ବଦଳାନ୍ତୁ ।

ପଢନ୍ତୁ ;

ଇରଫାନ ଖାନ୍‌ଙ୍କ ଅଜଣା ରୋଗକୁ ନେଇ ଚର୍ଚ୍ଚା : ଚିକିତ୍ସାଲାଗି ବିଦେଶ ଯିବେ

Related posts

ବ୍ୟବହାର କରନ୍ତୁ ଚାଉଳଧୁଆ ପାଣି,ମିଳିବ ଅନେକ ଫାଇଦା

ENO Beuro

ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା !

ENO Beuro

Leave a Comment