Loading...

ଅସହ୍ୟ ତାତିରେ ଶିଝୁଛି ଓଡିଶା, ଅଂଶୁଘାତ କେତେ ପ୍ରକାର? ଜାଣନ୍ତୁ ଏହାର ଚିକିତ୍ସା ଏବଂ ବର୍ତ୍ତିବାର ଉପାୟ

ଅସହ୍ୟ ତାତିରେ ଶିଝୁଛି ଓଡିଶା, ଅଂଶୁଘାତ କେତେ ପ୍ରକାର? ଜାଣନ୍ତୁ ଏହାର ଚିକିତ୍ସା ଏବଂ ବର୍ତ୍ତିବାର ଉପାୟ

ଖରାଦିନେ ଅନେକ ଅଂଶୁଘାତର ଶିକାର ହୋଇଥାନ୍ତି । ବିଶେଷ କରି ଯେଉଁମାନେ ଖରାରେ କାମ କରିଥାନ୍ତି କିମ୍ବା ଖରାରେ ଦୂରସ୍ଥାନକୁ ଯାତ୍ରା କରିଥାନ୍ତି ସେମାନେ ଅଂଶୁଘାତରେ ପଡ଼ିଥାନ୍ତି । ଆସନ୍ତୁ ଜାଣିବା ଅଂଶୁଘାତ କ’ଣ ଏବଂ ଏଥିରୁ କେମିତି ରକ୍ଷା ପାଇବେ।

ଖରାଦିନେ ଅନେକ ଅଂଶୁଘାତର ଶିକାର ହୋଇଥାନ୍ତି । ବିଶେଷ କରି ଯେଉଁମାନେ ଖରାରେ କାମ କରିଥାନ୍ତି କିମ୍ବା ଖରାରେ ଦୂରସ୍ଥାନକୁ ଯାତ୍ରା କରିଥାନ୍ତି ସେମାନେ ଅଂଶୁଘାତରେ ପଡ଼ିଥାନ୍ତି । ଆସନ୍ତୁ ଜାଣିବା ଅଂଶୁଘାତ କ’ଣ ଏବଂ ଏଥିରୁ କେମିତି ରକ୍ଷା ପାଇବେ। 

ଅତ୍ୟଧିକ ଗରମ ଯୋଗୁଁ ରୋଗୀର ଯେଉଁ ଅସୁବିଧା ହୁଏ ତାକୁ ଅଂଶୁଘାତ କୁହାଯାଏ । ତିନି ପ୍ରକାରର ଅଂଶୁଘାତ ଦେଖାଯାଇଥାଏ । ପ୍ରଥମ- ହିଟ୍ ଏଗଜର୍ସନ, ଏଥିରେ ରୋଗୀ ଅବସ ହୋଇପଡ଼େ । ଖରାରେ ଅଧିକ ସମୟ କାମ କଲେ ଶରୀରରୁ ଜଳୀୟ ଅଂଶ କମିଯିବା ଫଳରେ ବ୍ୟକ୍ତି ହାଲିଆ ହୋଇଯାଏ । ଏହାପରେ ଯଦି ଜଣେ ଖରାରେ ପୁଣି କାମ କରେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥାଏ । ଅତ୍ୟଧିକ ତାତି ଯୋଗୁଁ ଦେହର ତାପମାତ୍ରା ବଢ଼ିବାକୁ କୁହାଯାଏ ହିଟ୍ ହାଇପରପାଇରେକ୍ସିଆ। ଏହା ହେଉଛି ଦ୍ୱିତୀୟ ପ୍ରକାରର ଅଂଶୁଘାତ । ତୃତୀୟ ପ୍ରକାରର ଅଂଶୁଘାତ ହେଉଛି ମଲ୍ଟି ଅର୍ଗାନ ଫେଲୱର । ଏହାଦ୍ୱାରା ରୋଗୀର କିଡନି କାମ କରିବା ବନ୍ଦ କରିଦିଏ, ପରିସ୍ରା ବନ୍ଦ ହୋଇଯାଏ, ଅଚେତ ହୋଇପଡ଼େ, ବାତ ମାରିଥାଏ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସବୁ ଅକାମୀ ହୋଇଯାଏ ।

ଅଂଶୁଘାତର ଚିକିତ୍ସା 

ଯଦି ରୋଗୀ ପ୍ରଥମ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି ଘରେ ପ୍ରାଥମିକ ଚିକିତ୍ସାରେ ଭଲ ହୋଇଯିବେ । ଘରେ ଓଆରଏସ ପିଇବା ସହିତ ପବନ ଚାଲିଥିବା ସ୍ଥାନରେ ରହିବେ, ଥଣ୍ଡା ଜାଗାରେ ରହିଲେ ଏଥିରୁ ରକ୍ଷା ପାଇଯିବେ । ଯଦି ତାତି ବଢି଼ବ ଏବଂ ରୋଗୀ ଦ୍ୱିତୀୟ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି ତାହେଲେ ଔଷଧ ଖାଇବାକୁ ପଡି଼ଥାଏ । ତେବେ ତୃତୀୟ ପ୍ରକାରର ଅଂଶୁଘାତର ଶିକାର ହେଲେ ରୋଗୀକୁ ଆଇସିୟୁରେ ରଖିବାକୁ ପଡ଼ିଥାଏ । ଅଂଶୁଘାତର ଶିକାର ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଦରକାର ।

ଅଂଶୁଘାତରୁ ବର୍ତ୍ତିବେ କେମିତି ?
– ବାହାରେ କାମ କରୁଥିଲେ…
– ସକାଳେ ଓ ସନ୍ଧ୍ୟାରେ କାମ କରନ୍ତୁ।
– ୧୧ଟାରୁ ୪ଟା ପର୍ଯ୍ୟନ୍ତ ବାହାରେ କାମ କରନ୍ତୁ ନାହିଁ।
– ଛାଇ ସ୍ଥାନରେ କାମ କରନ୍ତୁ।
– ଯଥେଷ୍ଟ ପରିମାଣର ପାଣି ପାଖରେ ରଖିଥାନ୍ତୁ।
– ପବନ ଚଳପ୍ରଚଳ କରୁଥିବା ସ୍ଥାନରେ କାମ କରନ୍ତୁ।
– ମଧୁମେହ, ରକ୍ତଚାପ, ହୃଦରୋଗ, କର୍କଟ ରୋଗୀ ଓ ଗର୍ଭବତୀ ଥିବା ମହିଳା ଅଧିକ ସତର୍କ ରହିବା ଦରକାର।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.