ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଓ କେତେ ନିବିଡ

ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଆପଣ ନିଜେ ଜାଣି ପାରିବେ । ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ତେବେ ଆପଣ ନିଜ ଜନ୍ମ ମାସରୁ ଜାଣି ପାରିବେ ଆପଣଙ୍କ ପ୍ରେମ ସମ୍ପର୍କ କେମିତି । ଆପଣଙ୍କ ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ ।

ପ୍ରେମ ସଂପର୍କ କେତେ ନିବିଡ ଜାଣନ୍ତୁ :-

ଜାନୁୟାରୀ :- ଏମାନେ ପ୍ରେମ ମାମଲାରେ ପୁରା ଖୋଲା ମିଜାଜର ହୋଇଥାନ୍ତି । ମହିଳାମାନେ ଯଦିଓ ଲାଜକୁଳି ହୋଇଥାନ୍ତି କିନ୍ତୁ ଏମାନେ ଲୋକମାନଙ୍କ ଗ୍ରହଣରେ ଆକର୍ଷଣର କେନ୍ଦ୍ର ହେବାକୁ ପସନ୍ଦ କରନ୍ତି । ଯାହାଫଳରେ ସେମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ ।

ଫେବୃୟାରୀ :-  ମହିଳାମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି । ଫେବୃୟାରୀରେ ଜନ୍ମିତ ପୁରୁଷମାନେ ଅଧିକ ରୋମାଂଟିକ ହୋଇଥାନ୍ତି । ଏମାନେ ଅଧିକାଂଶ ସମୟରେ ରୋମାନ୍ସ କରିବାରୁ ପସନ୍ଦ କରନ୍ତି ସାଥୀଙ୍କ ସହ ।    ମନ ଭିତରେ ହିଁ ତାଙ୍କ ପ୍ରେମକୁ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି ।

ମାର୍ଚ୍ଚ :-  ନିଜ ପ୍ରେମକୁ ସେ ତାଙ୍କ ଜୀବନର ସବୁକିଛି ଭାବି ଦିଅନ୍ତି ଆଉ ସବୁବେଳେ ସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ମହିଳାମାନେ ନିଜ ପ୍ରେମକୁ ଜାହୀର କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି । ଏକାକୀ ରହିବାକୁ ପସନ୍ଦ କରନ୍ତି ।

ଏପ୍ରିଲ :- ପୁରୁଷମାନେ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇଥାନ୍ତି । ଯାହାକି ସେମାନଙ୍କ ପ୍ରେମ ସଂପର୍କରେ ପ୍ରତିଫଳିତ ହୋଇଥାଏ । ଯଦି କାହାକୁ ପସନ୍ଦ କରିଥାନ୍ତି ତେବେ ତାଙ୍କୁ ହୃଦୟର ସହ ଚାହାଁନ୍ତି ।  ମହିଳାମାନେ ସାଧାରଣତଃ ସୁନ୍ଦର ହୃଦୟ, ହସମୁଖି ଓ ଜିଦି ହୋଇଥାନ୍ତି ।

ମେ :- ଏ ମାସରେ ଜନ୍ମ ହୋଇଥିବା ପୁଅମାନେ ପ୍ରେମ ମାମଲାରେ ବହୁତ ରାଗି ହୋଇଥାନ୍ତି ।  ନିଜ ପ୍ରେମ ସଂପର୍କକୁ ଅଧିକ ଭଲ କରିବାକୁ ସେମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି ।

ଜୁନ :- ପୁରୁଷମାନେ ସ୍ୱଭାବରେ ଅତ୍ୟନ୍ତ ରାଗୀ ହୋଇଥାନ୍ତି । କିନ୍ତୁ ସେମାନଙ୍କ ହୃଦୟରେ ପ୍ରେମର ମାତ୍ରା ଅଧିକ ଥାଏ । ଏହି ମାସରେ ଜନ୍ମିତ ଉଭୟ ମହିଳା ଓ ପୁରୁଷ ଅଧିକ କାମନାସକ୍ତ ହୋଇଥାନ୍ତି । ମହିଳାମାନେ ଚତୁର ହୋଇଥାନ୍ତି ।

ଜୁଲାଇ :- ପୁରୁଷମାନେ ଭାବୁକ ଏବଂ ବିଶ୍ୱସ୍ତ ହୋଇଥାନ୍ତି । ମୋଟ ଉପରେ କହିବାକୁ ଗଲେ ଏମାନଙ୍କ ପ୍ରେମ ଜୀବନ ଭଲ ଥାଏ । ଏମାନେ ନିଜ ଜୀବନସାଥୀଙ୍କ ଧ୍ୟାନ ସବୁବେଳେ ରଖିଥାନ୍ତି । ମହିଳାମାନେ ମଧ୍ୟ ଅନୁରୁପ ହୋଇଥାନ୍ତି ।

ଅଗଷ୍ଟ- ପୁରୁଷମାନେ ବିଶେଷ କରି ଉଦାର ଓ ଭାବୁକ ହୋଇଥାନ୍ତି । ବୈବାହିକ ସଂପର୍କ ବହୁତ ସୁଖମୟ ହୋଇଥାଏ । ମହିଳାମାନେ ସାଧାରଣତଃ ପ୍ରେମ ସଂପର୍କକୁ ନେଇ ଅଧିକ ଦୁର୍ବଳ ହୃଦୟର ହୋଇଥାନ୍ତି ।

ସେପ୍ଟେମ୍ବର- ନିଜ ଜୀବନସାଥୀଙ୍କ ପୁରା ଧ୍ୟାନ ରଖିଥାନ୍ତି । ସେମାନେ ନିଜ ପ୍ରେମକୁ ସବୁବେଳେ ତାଜା ରଖିବାକୁ ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତି ।

ଅକ୍ଟୋବର- ପୁରୁଷମାନେ ବହୁତ ରୋମାଂଟିକ ହୋଇଥାନ୍ତି । ନିଜ ସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ହୃଦୟର ସହକାରେ ଅନୁଭଗ କରିଥାନ୍ତି । ମହିଳାମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି ।

ନଭେମ୍ବର- ପୁରୁଷମାନେ ପ୍ରେମ ସଂପର୍କରେ ରୋମାନ୍ସ ଓ ନୂତନତା ପସନ୍ଦ କରନ୍ତି ।  ଛୋଟ ଛୋଟ କଥାକୁ ଧରି ଦୁଃଖ ପ୍ରକାଶ କରିଥାନ୍ତି ।

ଡିସେମ୍ବର- ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । କାରଣ ପ୍ରେମ ମାମଲାରେ ଉଭୟ ଅତ୍ୟନ୍ତ ରୋମାଂଟିକ ହୋଇଥାନ୍ତି । ଉଭୟ ଉଭୟଙ୍କ ଭାବନାକୁ ସମ୍ମାନ ଦିଅନ୍ତି । ସବୁବେଳେ ଉଭୟଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି ।

ପଢନ୍ତୁ ;

ଏମ୍‌ସରେ ପଢ଼ୁଥିବା ଜାମ୍ମୁ-କାଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ଙ୍କ ନିଖୋଜ ଘଟଣା

ପୁରୁଷମାନେ ପ୍ରେମ ମାମଲାରେ ପୁରା ଖୋଲା ମିଜାଜର ହୋଇଥାନ୍ତି - 4.5

90%

ନିଜ ସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ହୃଦୟର ସହକାରେ ଅନୁଭଗ କରିଥାନ୍ତି - 4.6

92%
4.6/5

Excellent!

ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଓ କେତେ ନିବିଡ

ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଆପଣ ନିଜେ ଜାଣି ପାରିବେ । ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ତେବେ ଆପଣ ନିଜ ଜନ୍ମ ମାସରୁ ଜାଣି ପାରିବେ ଆପଣଙ୍କ ପ୍ରେମ ସମ୍ପର୍କ କେମିତି । ଆପଣଙ୍କ ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ ।

No Votes Yet

You're not rated yet