LIFESTYLE

ଅଧିକ ଲୁଣ ଖାଉଛନ୍ତି କି? ଏହା ଦେହ ପ୍ରତି ହାନିକରିକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

ଲୁଣ ବିନା ଖାଦ୍ୟର ସ୍ୱାଦ ନଥାଏ । ଖାଦ୍ୟରେ ଲୁଣର ଏକ ପ୍ରମୁଖ ଭୂମିକା ରହିଛି । ଖାଦ୍ୟରେ ଲୁଣ କମ ବ୍ୟବହାର ହୋଇଥିଲେ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଥିଲେ,ତାହାକୁ ଖାଇବା ସମ୍ଭବ ହୋଇନଥାଏ । ତେବେ ଅଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।

ଅଧିକ ଲୁଣ ଖାଇବା ଦ୍ଵାରା ଆପଣ ଅନେକ ରୋଗ ରେ ଶିକାର ହୋଇପାରନ୍ତି ।  ଅଧିକ ଲୁଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କି ନୁହେଁ ଆସନ୍ତୁ ଜାଣିବା ,

କାର୍ଡିଓଲୋଜିଷ୍ଟଙ୍କ କହିବା ଅନୁସାରେ ଡାଏଟ ସମୟରେ ତରଳ ପଦାର୍ଥର ନିୟନ୍ତ୍ରଣ ପାଇଁ ସୋଡିୟମରଆବଶ୍ୟକତା ଥାଏ, କିନ୍ତୁ ଯେତିକି ପରିମାଣର ଲୁଣ ଖାଇଥାଉ ତାହା ଦରକାର ମୁତାବକ ହୋଇ ନଥାଏ । ଏହା ସୋଡିୟମ ଠାରୁ ଅଧିକ ହୋଇଥାଏ, ଯାହା ରକ୍ତଚାପ ସମସ୍ୟା ସୃଷ୍ଟି କରିଥାଏ । ଯେତେବେଳେ ଆମ ରକ୍ତରେ ଅତିରିକ୍ତ ସୋଡିୟମ ହୋଇଥାଏ, ସେତେବେଳେ ଏହା ଆମ ରକ୍ତ ବାହିକାରେ ଜଳକୁ ଆକର୍ଷିତ କରିଥାଏ । ଏହାଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଯାଏ, ଯାହା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ । ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତିଦିନ ଖାଦ୍ୟରେ ଅଧିକ ଲୁଣ ମିଶାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ । ଏହା ଷ୍ଟ୍ରୋକର ମୁଖ୍ୟ କାରଣ ଏବଂ ହାର୍ଟ ଆଟାକର ପ୍ରମୁଖ କାରଣ।

ଡାକ୍ତରଙ୍କ କହିବା ଅନୁସାରେ ସୋଡିୟମ କ୍ଲୋରାଇଡ ବା ସାଧାରଣ ଲୁଣ ଆମ ଖାଦ୍ୟର ଏକ ମୁଖ୍ୟ ସ୍ରୋତ । ଏଥିରେ ୪୦ ପ୍ରତିଶତ ସୋଡିୟମ ଏବଂ ୬୦ ପ୍ରତିଶତ କ୍ଲୋରାଇଡରେ ତିଆରି ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ସୋଡିୟମ ଏକ ଖଣିଜ ପଦାର୍ଥ ଯାହା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏହା ଆମ ଶରୀରର ତରଳ ପଦାର୍ଥ ସନ୍ତୁଳନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ଦିନକୁ ୧୪ ଗ୍ରାମରୁ ଅଧିକ ଲୁଣ ଖାଇଥାଆନ୍ତି, ସେମାନଙ୍କର ହୃଦରୋଗ ହେବାର ଅଧିକ ସମ୍ଭାବନା ଥାଏ । ସାଧାରଣତଃ ପ୍ରତିଦିନ ୬ରୁ ୭ ଗ୍ରାମ ଲୁଣ ଖାଇବା ଦରକାର ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିମାନେ ୪ ଗ୍ରାମରୁ କମ ଲୁଣ ଖାଇବା ଦରକାର । ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଗଠନ ହୋଇ ପାରିବ ।

ପଢନ୍ତୁ ;

ଆସନ୍ତୁ ଜାଣିବା ,ସୋରିଷ ତେଲର ଉପକାରୀ ଗୁଣ

Related posts

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More