Featured

ଆସନ୍ତୁ ଜାଣିବା ଆମେ କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗିଥାଉ

ଜଳ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ । ବେଳେବେଳେ ଆମେ ଅଧିକ ମାତ୍ରାରେ ଜଳ ପିଉଥାଉ ତ ଆଉ କେତେବେଳେ ଆମେ କମ୍‌ ଜଳ ପିଇଥାଉ। ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ ଅଟେ । ଫୁସ୍‌ଫୁସ୍‌ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରିଥାଏ।

କମ୍‌ ପରିମାଣର ପାଣି ପିଇଲେ କି କି ଅସୁବିଧା ଭୋଗିଥାଉ, ଆସନ୍ତୁ ଜାଣିବା ,

ପ୍ରଥମତଃ କମ୍‌ ମାତ୍ରାରେ ଜଳ ପିଇଲେ ଆପଣ କିଡିନ ଷ୍ଟୋନ୍‌, ମୂତ୍ରଜନିତ ରୋଗ, ହୃଦ୍‌ଘାତ ଓ ଅନ୍ତଃନାଳୀ କର୍କଟ ରୋଗର ଶିକାର ହୋଇପାରନ୍ତି ।

ଦ୍ୱିତୀୟତଃ ବିଶ୍ରାମ ନେବା ସମୟରେ ଆପଣଙ୍କର କାଲୋରି ବର୍ଣ୍ଣ ହେଉଥିବା ପ୍ରକ୍ରିୟାରେ ସ୍ଥିରତା ଆସିପାରେ ।

ଯଦି ଆପଣ କମ୍‌ ପରିମାଣରେ ଜଳ ପାନ କରିବେ, ତେବେ ଆପଣଙ୍କ ଖାଇବାର ପରିମାଣ ବଢ଼ିଯିବ ବୋଲି ମଧ୍ୟ ଗବେଷଣାରୁ ଜଣାଯାଇଛି । ୨୦୧୦ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଏଥିରେ ୪୫ ଜଣ କମ୍‌ ପାଣି ପିଉଥିବା ଲୋକଙ୍କୁ ସାମିଲ୍‌ କରାଯାଇ ଗବେଷଣା ହୋଇଥିଲା । ଫଳତଃ ଆପଣ ଶୀଘ୍ର ମେଦ ବହୁଳତାର ଶିକାର ହୋଇ ପାରନ୍ତି।

କମ୍‌ ପାଣି  ପିଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ । ଲଣ୍ଡନର ମନୋଚିକିତ୍ସା ଅନୁଷ୍ଠାନର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାରୁ ସୂଚନା ଦେଇଛନ୍ତି ଯେ ମସ୍ତିଷ୍କର ଯେକୌଣସି କାର୍ଯ୍ୟର ସମାପନରେ ବିଳମ୍ବ ଘଟିଥାଏ । କମ୍‌ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ରଙ୍ଗ ମଳିନ ପଡିଯିବ।

ଖାଇବା ସମୟରେ ପାଣି ପିଇଲେ ବଦ ହଜମୀ ବା କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହିବ ନାହିଁ ।  ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଖାଇବା ସମୟରେ ପାଣି ପିଇଲେ ଆପଣ ଅଧିକ ମାତ୍ରାରେ ଭୋଜନରୁ ବି ନିବୃତ୍ତ ରହିବେ । ଏହା ଶରୀର ପାଇଁ ଭଲ । ଜଳରେ ବହୁ ପରିମାଣରେ ନ୍ୟୁଟ୍ରିଅଣ୍ଟସ ଥାଏ, ଯାହା ଆପଣଙ୍କୁ ଖାଦ୍ୟ ସହିତ ସହଜରେ ମିଳିଯାଇଥାଏ । ଏଣୁ ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ ।

କେତେକ ଲୋକ ଖାଇବା ସମୟରେ ପାଣି ପିଇଥାଆନ୍ତି । ଯେଉଁମାନେ ଭାବୁଥିବେ ଯେ ଖାଇବା ସଙ୍ଗେ ସଙ୍ଗେ ପାଣି ପିିଇଲେ ହଜମ କ୍ରିୟାରେ କଥା ଉପୁଜିବ ବୋଲି, ତାହା ଠିକ୍‌ ନୁହେଁ । ମନେ ରଖନ୍ତୁ ପାଚନ କ୍ରିୟା ଏବେ ଜଟିଳ ପ୍ରକ୍ରିୟା । ଏହା ଠିକ୍‌ ରହିଲେ ମଣିଷର ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ସତେଜ ରହେ ।

ପଢନ୍ତୁ ;

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

Related posts

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ENO Beuro

22nd Asian Athletics Championships To Be Held In Bhubaneswar From 5 to 9 July

ENO Beuro

Leave a Comment