LIFESTYLE

ସକାଳ ଜଳଖିଆ ନ କଲେ କ’ଣ ଅସୁବିଧା ହୁଏ ଜାଣନ୍ତୁ

ସକାଳର ଜଳଖିଆ ଦିନର ସବୁଠୁ ମହତ୍ୱପୂର୍ଣ୍ଣ ଆହାର

ବର୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ବ୍ୟସ୍ତରେ ରୁହନ୍ତି । ଅନେକ ଲୋକ ସକାଳ ଜଳଖିଆ କରିବାକୁ ଭୁଲି ଜାଆନ୍ତି ।  କିଛି ଏମିତି ବି ଲୋକ ଥାଆନ୍ତି ଅଳସୁଆ ହୋଇଥାଆନ୍ତି ଏବଂ ସକଳ ଜଳଖିଆ କରନ୍ତି ନାହିଁ । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ବିଭିର୍ଣ୍ଣ ରୋଗର କାରଣ ବନିଥାଏ ।ବିଶେଷଜ୍ଞଙ୍କ ମତ ଅନୁସାରେ, ସକାଳର ଜଳଖିଆ ଦିନର ସବୁଠୁ ମହତ୍ୱପୂର୍ଣ୍ଣ ଆହାର ।

ସକାଳୁ ପୋଷଣରେ ଭରପୁର ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଶର୍କରା ସ୍ତର ସାମାନ୍ୟ ରହିଥାଏ ଏବଂ ଅବସାଦ ହ୍ରାସ ପାଇଥାଏ । ତେଣୁ ଯେଉଁମାନେ ସକାଳର ଜଳଖିଆ କରନ୍ତି ନାହିଁ କିମ୍ବା  ଭୁଲି ଯାଆନ୍ତି, ସେମାନେ ଭବିଷ୍ୟତରେ ଅସୁବିଧାରେ ପଡନ୍ତି । ସେମାନଙ୍କ ଠାରେ ମଧୁମେହ, ମେଦ ବୃଦ୍ଧି, ହୃଦରୋଗ ଏବଂ ସଜ୍ଞାନ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ିଯାଏ ।

ନ୍ୟୁଟ୍ରିସନ ବିଶେଷଜ୍ଞଙ୍କ ମତରେ, ସକାଳର ଜଳଖିଆରେ ଯେତେ ପ୍ରୋଟିନ ସାମିଲ ହେବ, ତାହା ଶରୀର ପାଇଁ ସେତିକି ଭଲ । ଏଥିପାଇଁ ଖାଦ୍ୟ ତାଲିକାରେ ରୁଟି, କ୍ଷୀର, ବାଦାମ, ଚୂଡା ସନ୍ତୁଳା, ଇଡଲୀ, ଡାଲିଆ , ଉପମା କିମ୍ବା ଅଣ୍ଡାକୁ ସାମିଲ କରିବା ନିତାନ୍ତ ଜରୁରୀ । ଏ ସମସ୍ତ ଖାଦ୍ୟରେ ଥିବା ପୋଷକତତ୍ୱ ଏବଂ ଭିଟାମିନ ଶରୀରକୁ ଦିନସାରା ଶକ୍ତି ପ୍ରଦାନ କରିଥାନ୍ତି ।

ଏ ସବୁ ଖାଦ୍ୟ ନ ଖାଇଲେ ଆପଣଙ୍କ ଦେହ ଖରାପ ହୋଇଥାଏ । ଯାହା ଦ୍ଵାରା ଆପଣ ଦୁର୍ବଳ ହୋଇପଡିବେ । ଏହା ଦ୍ଵାରା ଓଜନ ମଧ୍ୟ ହ୍ରାସ ପାଇଥାଏ । ତେଣୁ ପ୍ରତିଦିନ ଏହି ସବୁ ଖାଦ୍ୟ ଖାଆନ୍ତୁ।

ପଢନ୍ତୁ ;

ବାହାଘର ପରେ ପୁଅମାନେ ବଦଳି ଜାଆନ୍ତି କାହିଁକି ଜାଣନ୍ତୁ 

Related posts

ଧନିଆ ପତ୍ର ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ ଓ ଏହା ଦ୍ଵାରା କେଉଁ ରୋଗ ଦୁର ହୋଇଥାଏ ଜାଣନ୍ତୁ ?

ENO Beuro

ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More