LIFESTYLE

ଫଳ ଉପରେ ଲାଗିଥିବା ଷ୍ଟିକର ବିଷୟରେ କିଛି ଜାଣିଛନ୍ତି କି ? ଜାଣନ୍ତୁ ଏହି ଷ୍ଟିକର କଣ ସୂଚାଇଥାଏ ?

ଅଧିକାଂଶ ଲୋକ ଫଳ ଖାଇବାକୁ ଭଲ ପାଇଥାନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ । ଫଳ ଖାଇବା ଦ୍ଵାରା ଶରୀରକୁ ଶକ୍ତି ମଧ୍ୟ ଆସିଥାଏ। ଆପଣମାନେ ନିଜ ଘର ପାଇଁ ଫଳ କିଣିବାକୁ ଯାଉଥିବେ ନିଶ୍ଚୟ । କିନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଜାରରେ ବିକ୍ରି ହେଉଥିବା ଫଳ ଉପରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ? ଫଳ ଉପରେ ଲାଗିଥିବା ଷ୍ଟିକର ଉପରେ ଏକ ପିଏଲୟୁ କୋଡ୍ ଥାଏ, ଯାହାକୁ କି ‘ପ୍ରାଇସ ଲୁକ୍ ଅପ୍’ ବୋଲି କୁହାଯାଏ। ପ୍ରତି ଫଳ ଉପରେ ଥିବା କୋଡ ଅଲଗା ଅଲଗା ଅର୍ଥ ସୁଚାଏ।

ତେବେ ଆସନ୍ତୁ ଜାଣିବା ଏହି କୋଡ୍ ବିଷୟରେ-

  • ଯଦି କୌଣସି ଫଳରେ ବା ପନିପରିବାରେ ୫ ଅଙ୍କ ବିଶିଷ୍ଟ କୋଡ ଥିବା ସହ କୋଡଟି ୮ରୁ ଆରମ୍ଭ ହେଉଥିବ, ତେବେ ସେହି ଫଳକୁ ଜୈବିକ ଭାବରେ ଚାଷ କରାଯାଇ ଜେନେଟିକାଲି ମୋଡିଫାଏ କରାଯାଇଥାଏ ବା ତାକୁ ଅଧିକ ଆକର୍ଷିତ କରିବା ପାଇଁ ସେଥିରେ ରଙ୍ଗ ଦିଆଯାଇଥାଏ, ଯାହାକି ଶରୀର ମଧ୍ୟକୁ ଯାଇ ରୋଗ ସୃଷ୍ଟି କରିଥାଏ।
  • ଯଦି କୌଣସି ଫଳରେ ବା ପନିପରିବାରେ ୫ ସଂଖ୍ୟା ବିଶିଷ୍ଟ କୋଡ ଥିବା ସହ କୋଡଟି ୯ରୁ ଆରମ୍ଭ ହୋଇଥାଏ, ତେବେ ସେହି ଫଳକୁ ଜୈବିକ ଭାବରେ ଚାଷ କରାଯାଇଥାଏ କିନ୍ତୁ ତାକୁ ଜେନେଟିକାଲି ମୋଡ଼ିଫାଏ କରାଯାଇ ନ ଥାଏ, ଯାହାକୁ ଖାଇଲେ କୌଣସି ଅସୁବିଧା ହୋଇ ନ ଥାଏ।
  • ଯେଉଁ ଫଳରେ ବା ପନିପରିବାରେ ୪ ଅଙ୍କ ବିଶିଷ୍ଟ କୋଡ୍ ଲେଖା ଯାଇଥାଏ, ତାହାର ଅର୍ଥ ହେଉଛି ସେହି ଫଳ ବା ପନିପରିବାଗୁଡ଼ିକୁ କୀଟନାଶକ ଔଷଧ ବା ରସାୟନିକ ପଦାର୍ଥ ବ୍ୟବହାର କରାଯାଇ ଚାଷ କରାଯାଇଛି । ଯଦି ଆପଣ ଏହାକୁ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରିବା ସହ ପେଟ ଖରାପ କରିଥାଏ।

ପଢନ୍ତୁ;

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

Related posts

କେଶରେ ଚମକ ଆଣିବାକୁ ଚାହୁଛନ୍ତି କି ?ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଷ୍ଟୋନ ସମସ୍ୟାକୁ ଦୂର କରିଥାଏ ତେଜପତ୍ର! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment