Featured

ଆପଣ ବିନା ମୋଜା ରେ ଜୋତା ପିନ୍ଧନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ, ଜାଣିରଖନ୍ତୁ କାରଣ କ’ଣ

ବୈଜ୍ଞାନିକମାନେ ଗବେଷଣା କରି ସତର୍କ କରାଇ ଦେଇଛନ୍ତି,ବିନା ମୋଜା ରେ ଜୋତା ପିନ୍ଧିବା ସଂକ୍ରମଣର କାରଣ ହୋଇପାରେ।ହଲିଉଡ୍‌ରେ ବିନା ମୋଜାରେ ଜୋତା ପିନ୍ଧିବା ଏକ ଫ୍ୟାଶନ ଧାରାରେ ପରିଣତ ହୋଇଛି।

ବୈଜ୍ଞାନିକମାନେ ଏଭଳି ସତର୍କ କରାଇଛନ୍ତି ଯେ, ଯେଉଁମାନେ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି ସେମାନେ ଏହାର ପରିଣତି ସମ୍ପର୍କରେ ଅବଗତ ନୁହନ୍ତି। ଏ ନେଇ ଗବେଷଣା କରୁଥିବା ଗବେଷକମାନେ ଦର୍ଶାଇଛନ୍ତି ଯେ, ପାଦରୁ ଦିନତମାମ୍‌ ଖୁବ୍‌ ଅଳ୍ପ ପରିମାଣର ଝାଳ ନିର୍ଗତ ହୋଇଥାଏ। ତାହା ପାଦକୁ ଆଦ୍ର ରଖେ। ମୋଜା ପିନ୍ଧିଥିଲେ ସେହି ଆଦର୍‌ରତା ସେଥିରେ ଶୁଷ୍କ ହୋଇଥାଏ। ମାତ୍ର ବିନା ମୋଜାରେ ଜୋତା ପିନ୍ଧିଲେ ସେହି ଆର୍ଦ୍ରତା ପାଦରେ ରହି ସଂକ୍ରମଣ କରାଇଥାଏ। କାରଣ ଚମଡ଼ା କିମ୍ବା ଅନ୍ୟ ସିନ୍ଥେଟିକ୍‌ ସାମଗ୍ରୀରେ ତିଆରି ଜୋତା ସେହି ଆଦ୍ରତାକୁ ଶୋଷି ନେଇ ପାରି ନ ଥାଏ। ତେବେ ଏହା ପାଦରୁ ବାହାରୁଥିବା ଝାଳ ଉପରେ ନିର୍ଭର କରେ। କେତେକ ବ୍ୟକ୍ତିଙ୍କ ପାଦରୁ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ।

ବିଶେଷକରି ଖେଳାଳିମାନଙ୍କ ନିକଟରେ ପାଦର ଆର୍ଦ୍ରତା ଅଧିକ ଦେଖିବାକୁ ମିଳେ। ସେମାନେ ଯଦି ବିନା ମୋଜାରେ ଜୋତା ପିନ୍ଧନ୍ତି ତେବେ ଫଙ୍ଗାଲ ଇନ୍‌ଫେକ୍‌ସନ୍‌ ବା କବକ (ଫିମ୍ପି) ଜନିତ ସଂକ୍ରମଣର ଆଶଙ୍କା ଅଧିକ ଥାଏ ବୋଲି କହିଛନ୍ତି ବ୍ରିଟେନ୍‌ ପୋଡିଆକ୍ରି କଲେଜର ଅଧ୍ୟାପକ ତଥା ଗବେଷକ ଏମ୍ମା ଷ୍ଟିଭେନସନ୍‌

ଗବେଷକମାନେ ମଧ୍ୟ ପାଦକୁ ଉପଯୁକ୍ତ (ଫିଟ୍‌) ହେଉ ନ ଥିବା ଜୋତା ପିନ୍ଧିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି। ଏହିଭଳି ଜୋତା ବିନା ମୋଜାରେ ପିନ୍ଧିବା ମଧ୍ୟ ଅଧିକ କ୍ଷତିକାରକ। ଏହା ପାଦରେ ଯନ୍ତ୍ରଣା ସୃଷ୍ଟି କରିବା ସହ ଆଙ୍ଗୁଠି ନଖ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ।

ବଜାରରେ ଉପଲବ୍‌ଧ ଜୋତାର ଉପର ଭାଗ ପ୍ରାୟତଃ ଚମଡାରେ ତିଆରି। କିନ୍ତୁ ଭିତରେ ରହୁଛି ସିନ୍ଥେଟିକ୍‌ ଆବରଣ। ଏହି ସିନ୍ଥେଟିକ୍‌ ମଧ୍ୟ ଦେଇ ବାୟୁ ଚଳାଚଳ ସମ୍ଭବ ହୋଇ ନ ଥାଏ। ପାଦର ଆର୍ଦ୍ରତା, ଉତ୍ତାପ ଜୋତା ଭିତରେ ରହିଯାଇଥାଏ। ଫଳରେ ଏଥିରୁ ସୃଷ୍ଟି ହେଉଥିବା ବ୍ୟାକ୍‌ଟେରିଆ (ବୀଜାଣୁ) ପାଦ ପାଇଁ କ୍ଷତିକାରକ ହୋଇଥାଏ। ବେଳେବେଳେ ଏହା ପାଦ ଯନ୍ତ୍ରଣାର ମଧ୍ୟ କାରଣ ହୁଏ।

ପଢନ୍ତୁ ;

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

Related posts

ଜିଓ ଫୋନରେ ବି କରିପାରିବେ ହ୍ୱାଟସଆପ ! ଜାଣନ୍ତୁ କିପରି?

ENO Beuro

Watch Live Streaming Devasnana Purnima Of Lord Jagannath at Puri

ENO Beuro

Sai Anish Pattanaik – Wonder Kid And A Gifted Talent Of World

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More