LIFESTYLE

ଜନ୍ମମାସ ଦ୍ୱାରା ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ? ଆସନ୍ତୁ ଜାଣିବା

ଆପଣ ଜାଣିଛନ୍ତି କି ଆପଣଙ୍କ ଜନ୍ମମାସ ପ୍ରେମ ସଂପର୍କରେ ଜାଣିବାରେ କେତେ ଦୁର ସହାୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ଆପଣଙ୍କ ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ ।

  • ଜାନୁୟାରୀ- ମୁଖ୍ୟତଃ ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ପ୍ରେମ ମାମଲାରେ ବହୁତ ଯିଦ୍ଦି ହୋଇଥାନ୍ତି । ଏଥିପାଇଁ ନିଜ ପ୍ରେମ ସଂପର୍କକୁ ଅଧିକ ଭଲ କରିବାକୁ ସେମାନେ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରିଥାନ୍ତି  । ଏହି ମାସରେ ଜନ୍ମିତ ମହିଳାମାନେ ପ୍ରେମ ମାମଲାରେ ଉଦାସୀ ହୋଇଥାନ୍ତି ।
  • ଫେବୃୟାରୀ– ଏହି ମାସରେ ଜନ୍ମିତ ପୁରୁଷମାନେ ସାଧାରଣତଃ ଅଧିକ ରୋମାଂଟିକ ହୋଇଥାନ୍ତି ଏବଂ ସାଥୀଙ୍କ ସହ ଅଧିକାଂଶ ସମୟରେ ରୋମାନ୍ସ କରିବାରୁ ପସନ୍ଦ କରିଥାନ୍ତି । ମାତ୍ର ବେଳେବେଳେ ଏମାନଙ୍କଠାରେ ଉଦାସୀନତା ବହୁ ପରିମାଣରେ ଦେଖାଦେଇଥାଏ । ଏହି କ୍ଷେତ୍ରରେ ମହିଳାମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି । ମନ ଭିତରେ ହିଁ ତାଙ୍କ ପ୍ରେମକୁ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି ।
  • ମାର୍ଚ୍ଚ- ଜନ୍ମିତ ପୁରୁଷମାନେ ପ୍ରେମ ସଂପର୍କରେ ଉଦାର ଓ ବିଶ୍ୱାସଯୋଗ୍ୟ ଅଟନ୍ତି । ନିଜ ପ୍ରେମକୁ ସେ ତାଙ୍କ ଜୀବନର ସବୁକିଛି ଭାବି ଦିଅନ୍ତି ଆଉ ସବୁବେଳେ ସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ମହିଳାମାନେ ନିଜ ପ୍ରେମକୁ ଜାହୀର କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି ।
  • ଏପ୍ରିଲ୍- ପୁରୁଷମାନେ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇଥାନ୍ତି । ଯାହାକି ସେମାନଙ୍କ ପ୍ରେମ ସଂପର୍କରେ ପ୍ରତିଫଳିତ ହୋଇଥାଏ । ଯଦି କାହାକୁ ପସନ୍ଦ କରିଥାନ୍ତି ତେବେ ତାଙ୍କୁ ହୃଦୟର ସହ ଚାହାଁନ୍ତି ।  ମହିଳାମାନେ ସାଧାରଣତଃ ସୁନ୍ଦର ହୃଦୟ, ହସମୁଖି ଓ ଜିଦି ହୋଇଥାନ୍ତି ।
  • ମେ- ପୁରୁଷମାନେ ପ୍ରେମ ମାମଲାରେ ପୁରା ଖୋଲା ମିଜାଜର ହୋଇଥାନ୍ତି । ମହିଳାମାନେ ଯଦିଓ ଲାଜକୁଳି ହୋଇଥାନ୍ତି କିନ୍ତୁ ଏମାନେ ଲୋକମାନଙ୍କ ଗ୍ରହଣରେ ଆକର୍ଷଣର କେନ୍ଦ୍ର ହେବାକୁ ପସନ୍ଦ କରନ୍ତି । ବୈବାହିକ ଜୀବନରେ ଅନ୍ତରଙ୍ଗ ମୁହୂର୍ତ୍ତ ବଜାୟ ରଖିବାକୁ ପସନ୍ଦ କରିଥାନ୍ତି ।
  • ଜୁନ୍- ପୁରୁଷମାନେ ସ୍ୱଭାବରେ ଅତ୍ୟନ୍ତ ରାଗୀ ହୋଇଥାନ୍ତି । କିନ୍ତୁ ସେମାନଙ୍କ ହୃଦୟରେ ପ୍ରେମର ମାତ୍ରା ଅଧିକ ଥାଏ । ଏହି ମାସରେ ଜନ୍ମିତ ଉଭୟ ମହିଳା ଓ ପୁରୁଷ ଅଧିକ କାମନାସକ୍ତ ହୋଇଥାନ୍ତି । ମହିଳାମାନେ ଚତୁର ହୋଇଥାନ୍ତି ।
  • ଜୁଲାଇ- ପୁରୁଷମାନେ ଭାବୁକ ଏବଂ ବିଶ୍ୱସ୍ତ ହୋଇଥାନ୍ତି । ମୋଟ ଉପରେ କହିବାକୁ ଗଲେ ଏମାନଙ୍କ ପ୍ରେମ ଜୀବନ ଭଲ ଥାଏ । ଏମାନେ ନିଜ ଜୀବନସାଥୀଙ୍କ ଧ୍ୟାନ ସବୁବେଳେ ରଖିଥାନ୍ତି । ମହିଳାମାନେ ମଧ୍ୟ ଅନୁରୁପ ହୋଇଥାନ୍ତି ।
  • ଅଗଷ୍ଟ- ପୁରୁଷମାନେ ବିଶେଷ କରି ଉଦାର ଓ ଭାବୁକ ହୋଇଥାନ୍ତି । ବୈବାହିକ ସଂପର୍କ ବହୁତ ସୁଖମୟ ହୋଇଥାଏ । ମହିଳାମାନେ ସାଧାରଣତଃ ପ୍ରେମ ସଂପର୍କକୁ ନେଇ ଅଧିକ ଦୁର୍ବଳ ହୃଦୟର ହୋଇଥାନ୍ତି ।
  • ସେପ୍ଟେମ୍ବର- ପୁରୁଷମାନଙ୍କ ସାଧାରଣତଃ ଭାବନାତ୍ମକ ମନୋଭାବ ଥାଏ । ଏବଂ ମହିଳାମାନେ ମନେ ମନେ ଭଲ ପାଆନ୍ତି ମାତ୍ର ତାହାକୁ ବ୍ୟକ୍ତ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି ।
  • ଅକ୍ଟୋବର- ପୁରୁଷମାନେ ବହୁତ ରୋମାଂଟିକ ହୋଇଥାନ୍ତି । ନିଜ ସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ହୃଦୟର ସହକାରେ ଅନୁଭଗ କରିଥାନ୍ତି । ମହିଳାମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି । ଛୋଟ ଛୋଟ କଥାକୁ ଧରି ଦୁଃଖ ପ୍ରକାଶ କରିଥାନ୍ତି ।
  • ନଭେମ୍ବର- ପୁରୁଷମାନେ ପ୍ରେମ ସଂପର୍କରେ ରୋମାନ୍ସ ଓ ନୂତନତା ପସନ୍ଦ କରନ୍ତି । ମହିଳା ଓ ପୁରୁଷଙ୍କଠାରେ ସଂମ୍ଭୋଗ ମନଭାବ ଅଧିକମାତ୍ରାରେ ଦେଖାଦେଇଥାଏ ।
  • ଡିସେମ୍ବର- ଦାମ୍ପତ୍ୟ ଜୀବନ ସାଧାରଣତଃ ସୁଖମୟ ହୋଇଥାଏ । କାରଣ ପ୍ରେମ ମାମଲାରେ ଉଭୟ ଅତ୍ୟନ୍ତ ରୋମାଂଟିକ ହୋଇଥାନ୍ତି । ଉଭୟ ଉଭୟଙ୍କ ଭାବନାକୁ ସମ୍ମାନ ଦିଅନ୍ତି । ସବୁବେଳେ ଉଭୟଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି ।

ପଢନ୍ତୁ ;

କଣ ଆପଣଙ୍କ ପିଲାମାନେ ଚିଡ଼ଚିଡ଼ା ସ୍ଵଭାବର ! ତେବେ ଜାଣି ରଖନ୍ତୁ ଏହାର କାରଣ କଣ ହୋଇପାରେ

Related posts

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ENO Beuro

କର୍ପୂରରେ ରହିଛି ଅନେକ ଔଷଧୀୟ ଗୁଣ ,ଆସନ୍ତୁ ଜାଣିବା ଏହାର ଉପକାରିତା

ENO Beuro

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More