ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

LOVE-HOROSCOPE-2019

ନବ ବର୍ଷରେ ଆପଣଙ୍କ ରାଶି ପାଇଁ କେଉଁ ଖୁସିର ଖବର ରହିଛି। ଏହା ଆପଣଙ୍କ ଲଭ୍ ଲାଇଫ୍‌ ଉପରେ କଣ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି ;

ମେଷ:  ଏହି ବର୍ଷଟିରେ ମେଶ ରାଶିର ବ୍ୟକ୍ତିଙ୍କ ପାଇଁ ଭଲପାଇବା ଭରି ରହିଛି  । ଯେଉଁମାନେ ସିଙ୍ଗଲ୍ ଅଛନ୍ତି, ତାଙ୍କୁ ଏହି ବର୍ଷ ତାଙ୍କ ଜୀବନସାଥୀ ମିଳିଯାଇପାରନ୍ତି  ।

ବୃଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ସମ୍ପର୍କ ଖୁବ ଭଲ ରହିବ। ଯଦି ଆପଣ ଆପଣଙ୍କ ସାଥୀଙ୍କ ବିଷୟରେ ଘରେ କହିବାକୁ ଚାହୁଁଛନ୍ତି, ତେବେ ବିନା ଦ୍ୱିଧାରେ କହିଦିଅନ୍ତୁ।

-ମିଥୁନ: ଆପଣଙ୍କ ସକରାତ୍ମକ ଚିନ୍ତାଧାରା ଆପଣଙ୍କ ସାଥୀକୁ ଖୁସିରେ ରଖିବା ସହିତ ସମ୍ପର୍କକୁ ଗଭୀର କରିବା ପାଇଁ ଏହି ବର୍ଷ ଅତ୍ୟନ୍ତ ପ୍ରକୁଷ୍ଟ ଅଟେ  ।

-କର୍କଟ :ଏହି ବର୍ଷରେ ପ୍ରେମସମ୍ପର୍କକୁ ବିବାହ ବନ୍ଧନରେ ପରିବର୍ତ୍ତନ କରିବା ପାଇଁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ୍‌ ଶୁଭ ସମୟ ଅଟେ।

ସିଂହ: ଏହି ବର୍ଷ ସିଂହ ରାଶି ପାଇଁ ବୈବାହିକ ଜୀବନ ଆରମ୍ଭ କରିବା ସହ ବାଣିଜ୍ୟ ପାଇଁ ମଧ୍ୟ ଶୁଭ ରହିଛି  ।

-କନ୍ୟା : ଏହି ବର୍ଷରେ କନ୍ୟା ରାଶିର ଲୋକମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ  । ଆପଣଙ୍କ ସକରାତ୍ମକ ଚିନ୍ତାଧାରା ପରିବର୍ତ୍ତନ କାରଣରୁ ଆପଣଙ୍କ ସମ୍ପର୍କରେ ଭଲପାଇବା ବୃଦ୍ଧି ହେବ  ।

ତୁଳା: ପ୍ରେମ ସମ୍ପର୍କରେ ଏହି ରାଶିର ବ୍ୟକ୍ତିଙ୍କୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡିବ  ।

-ବିଚ୍ଛା: ବିଚ୍ଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ବିବାହ ପାଇଁ ଅନେକ ଭଲ ପ୍ରସ୍ତାବ ଆସିବ । ଆପଣଙ୍କ ଜୀବନରେ କେହି ଜଣେ ଖାସ୍ ମଧ୍ୟ ବ୍ୟକ୍ତି ଆସିପାରନ୍ତି  ।

ଧନୁ:ଧନୁ ରାଶିର ବ୍ୟକ୍ତିମାନେ ଯଦି ଏହି ବର୍ଷ ଆପଣଙ୍କ ସାଥୀ ସହ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚୟ ଯାଆନ୍ତୁ । ଏହାଦ୍ୱାରା ଆପଣ ଦୁହେଁ ଦିଜଣକୁ ଭଲଭାବେ ବୁଝିପାରିବେ । ଯାହାଦ୍ୱାରା ଆପଣଙ୍କ ସମ୍ପର୍କର ନିବିଡତା ବଢିବ  ।

ମକର: ଏହି ରାଶିର ବ୍ୟକ୍ତିଙ୍କ ସାଥୀ ସହ ସମ୍ପର୍କ ମଜବୁତ ହେବ ।ଜୀବନ ସାଥି ଅପେକ୍ଷାରେ ଥିବା ଲୋକ ମଧ୍ୟ ତାଙ୍କ ସାଥୀ ପାଇପାରିବେ ।

କୁମ୍ଭ:କୁମ୍ଭ ରାଶିର ବ୍ୟକ୍ତି ଯଦି ଆପଣ କାହାକୁ ଭଲ ପାଉଛନ୍ତି, ତେବେ ଆପଣଙ୍କ ଭଲପାଇବା ବ୍ୟକ୍ତ କରିବା ପାଇଁ ଏହି ବର୍ଷ ଶୁଭ ଅଟେ  ।

ମୀନ: ମୀନରାଶି ଥିବା ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷ ପ୍ରେମ ଓ ଶାନ୍ତିରେ ଭରପୁର ରହିବ  ।

Love-horoscope

 

ପଢନ୍ତୁ ;  ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More