Featured

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

କେଉଁ କାମରେ ଲାଗିବ ଜାଣନ୍ତୁ

ହ୍ୱାଟ୍‌ସଆପ୍‌ ନିଜର ପେମେଣ୍ଟ ସର୍ଭିସ୍‌କୁ ସରଳ କରିବା ପାଇଁ ଲଗାତାର ନୂଆ ନୂଆ ଫିଚର ଯୋଡ଼ୁଛି । ଏଥର କମ୍ପାନୀ ନିଜର ଆଣ୍ଡ୍ରଏଡ୍ ବିଟା ଆପ୍‌ରେ ଏକ ନୂଆ ଫିଚର ଯୋଡ଼ିଛି। ଯାହା ସାହାଯ୍ୟରେ ୟୁଜର୍ସ ହ୍ୱାଟ୍‌ସଆପ୍‌ରେ ଥିବା ନିଜର ସାଙ୍ଗ ସାଥୀମାନଙ୍କୁ ଟଙ୍କା ପାଇଁ ରିକ୍ୟୁଏଷ୍ଟ ମେସେଜ୍‌ ପଠାଇ ପାରିବେ । QR କୋଡ ସାହାଯ୍ୟରେ ଏହାକୁ ସ୍କାନ କରାଯାଇ ସାଙ୍ଗମାନଙ୍କୁ ଟଙ୍କା ପଠାଇ ପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା ।

ପ୍ରଥମେ ହ୍ୱାଟ୍‌ସଆପ୍‌ ସେଟିଂକୁ ଯାଆନ୍ତୁ । ଏହାପରେ ପେମେଣ୍ଟକୁ ଯାଇ ନ୍ୟୁ ପେମେଣ୍ଟର ବିକଳ୍ପ ଚୟନ କରନ୍ତୁ । ଏଠାରେ ଦୁଇଟି ବିକଳ୍ପ ଦେଖାଯିବ ଗୋଟିଏ ହେଲା to UPI ID ଓ ଅନ୍ୟଟି Scan QR Code । ଏହି ଦୁଇ ବିକଳ୍ପ ମଧ୍ୟରୁ ଆପଣ Scan QR Code ଚୟନ କରି କରିପାରିବେ କିମ୍ବା UPI ଭେରିଫାଏ କରିପାରିବେ ।

ଏହାପରେ ପୁଣିଥରେ ପେ ମନି ଓ ରିକ୍ୟୁଏଷ୍ଟ ମନି ନାମରେ ଦୁଇଟି ବିକଳ୍ପ ମିଳିବ । ଆପଣ ପେ ମନିରେ ସିଲେକ୍ଟ କରି ପେମେଣ୍ଟ କରିପାରିବେ । ଧ୍ୟାନ ରଖନ୍ତୁ ଏହି ରିକ୍ୟୁଏଷ୍ଟର ବୈଧତା କେବଳ ୨୪ ଘଣ୍ଟା ପାଇଁ ରହି ବ। ଏହି ସମୟ ବିତିଗଲେ ଆପଣ ଆଉ ଏହି ରିକ୍ୟୁଏଷ୍ଟେରେ ଟଙ୍କା ପଠାଇ ପାରିବେ ନାହିଁ । ଏହି ସୁବିଧା କେବଳ ହ୍ୱଟ୍‌ସଆପ୍‌ ବିଟା ଭର୍ସନ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।

ପଢନ୍ତୁ ;

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

Related posts

ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

ENO Beuro

ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ

ENO Beuro

Bahuda Yatra, The Grand Return Journey Of Three Chariots – LIVE from Puri

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More