EnewsOdia.Com

କେଉଁ କାରଣରୁ ତ୍ୱଚା ମଳିନ ଦିଶିଥାଏ ? ଜାଣନ୍ତୁ କେମିତି କରିବେ ଉପଚାର

ସାଧାରଣତଃ ଖରା ଦିନ ତୁଳନାରେ ଶୀତଦିନେ ତ୍ୱଚା ରୁକ୍ଷ ଓ ରଙ୍ଗ କମ୍‌ ହେବାର ସମସ୍ୟା ଦେଖାଦିଏ । ଏହାସହ କେବେ କେବେ ତ୍ୱଚା ମଳିନ ମଧ୍ୟ ଦେଖାଯାଏ । ଏହା ପଛରେ ଅନେକ କାରଣ ଅଛି । ଶୀତ ଦିନେ ଲୋକମାନେ ଜଳଠାରୁ ନିଜକୁ ଟିକେ ଦୂରେଇ ରଖିଥାନ୍ତି । ବାରମ୍ବାର ପାଣି ସଂସ୍ପର୍ଶରେ ନ ଆସିବା ବା ପ୍ରଚୁର ପରିମାଣର ପାଣି ନ ପିଇବା ତ୍ୱଚା ମଳିନ ଦିଶିବାର କାରଣ ହୋଇଥାଏ । ଖାଲି ସେତିକି ନୁହେଁ, କମ୍ ପାଣି ପିଇବା ହେତୁ ଶୀତ ଦିନେ ଶରୀରରୁ ଝାଳ ମଧ୍ୟ ବାହାରି ନଥାଏ ।

ଶରୀରରୁ ଯେତେ ଝାଳ ବାହାରେ ତ୍ୱଚା ପାଇଁ ସେତେ ଭଲ ହୋଇଥାଏ । ଝାଳ ବାହାରିଲେ ତ୍ୱଚା ଉଜ୍ଜଳ ଦିଶେ,  ଏହା ବ୍ୟତୀତ ଆମେ ଶୀତ ଦିନେ କମ୍ବଳ ଭିତରେ ମୁହଁ ପୂରାଇ ଶୋଇବାର ଏକ ଅଭ୍ୟାସ ଥାଏ । ଆମ ନିଜ ନିଶ୍ୱାସ ନିଜ ଦେହରେ ବାଜିବା ଦ୍ୱାରା ମଧ୍ୟ ତ୍ୱଚା ରୁକ୍ଷ ହୋଇଥାଏ । ତେବେ ତ୍ୱଚାର ଏହି ରୁକ୍ଷପଣକୁ ଆମେ କିପରି ଦୂରେଇ ଦେଇ ପାରିବା ତାହାର ଉପାୟ ଗୁଡ଼ିକ ।

 

୧. ଇଚ୍ଛା ନ ହେଉଥିଲେ ବି ପ୍ରଚୁର ପରିମାଣର ପାଣି ପିଅନ୍ତୁ । ପାଣି ପିଇବାର କୌଣସି ବିକଳ୍ପ ନାହିଁ । ପ୍ରଚୁର ପାଣି ପିଉଥିଳେ ଆପଣଙ୍କ ତ୍ୱଚା କେବେ ବି ରୁକ୍ଷ ଦିଶିବ ନାହିଁ ।

Related image

୨. ଗାଧୋଇବା ପୂର୍ବରୁ ଦେହରେ ଓ ମୁହଁରେ ମହୁ ମାଲିସ୍‌ କରି ଗାଧାନ୍ତୁ । ଏହା ସବୁଠାରୁ ଭଲ ବଡିଲୋସନ ଭଳି କାମ ଦେଇଥାଏ ।  ଗାଧୋଇବା ପୂର୍ବରୁ ମହୁ ମଧ୍ୟ ଲଗାଇ ଗାଧୋଇଲେ ଆପଣଙ୍କୁ ବଡି ଲୋସନର ଆବଶ୍ୟକତା ପଡ଼ିବ ନାହିଁ ।

Related image

୩. ଶୀତ ଦିନେ ପେଟ ଗରମ ହେବାର ବିଶେଷ ସମ୍ଭାବନା ଥିଏ । ତେଣୁ ଆପଣ ନିୟମିତ ପଇଡ଼ ପାଣି ଓ ମିଶିରି ପାଣି ପିଅନ୍ତୁ ।

Related image

୪. ଗାଧୁଆ ପାଣିରେ କିଛି ବୁନ୍ଦା ନଡ଼ିଆ ତେଲ ମିଶାଇ ଗାଧୋଇଲେ ଏହା ମଧ୍ୟ ତ୍ୱଚା ପାଇଁ ଭଲ । ଏପରି କଲେ ଆପଣଙ୍କ ତ୍ୱଚା ମସୃଣ ରହିବ ।

Image result for coconut oil

୫. ରାତିରେ ଶୋଇବା ବେଳେ ନାଭିରେ ନଡ଼ିଆ ତେଲ ଲଗାଇ ଶୁଅନ୍ତୁ, ମୁଖମଣ୍ଡଳ ଉଜ୍ଜଳ ଦିଶିବ ।

Image result for sleeping

ପଢନ୍ତୁ: ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ

ସମ୍ବନ୍ଧିତ ଖବର

ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

Ratnamani Maharana

ଶରୀରରୁ ଷ୍ଟୋନ୍ , ଅନିୟମିତ ଗର୍ଭାବସ୍ଥା ଏବଂ ହୃଦରୋଗରୁ ମୁକ୍ତ କରେ ଏହି ମଞ୍ଜିର ଚୂର୍ଣ୍ଣ

Ratnamani Maharana

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

Ratnamani Maharana

ଏହି ସବୁ ରୋଗରୁ ରକ୍ଷା କରିବ ମାଛ

Ratnamani Maharana

ଜାଣନ୍ତୁ ଗରମ ପାଣି ପିଇବାରର କେତେକ ଫାଇଦା ସମ୍ପର୍କରେ

Ratnamani Maharana

ରକ୍ତପାତ ରୋକିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

Ratnamani Maharana