Featured

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର

ସ୍ମାର୍ଟ ଫୋନ୍‌ରେ ଏବେ ହ୍ଵାଟ୍‌ସଆପ ମେସେଞ୍ଜର୍‌ ଚାହିଦା ବହୁତ ରହିଛି । ଏହାର ଚାହିଦା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଥିବା ଫିଚର୍‌କୁ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି । ଲୋକମାନଙ୍କ ଚାହିଦାକୁ ନଜରରେ ରଖି କମ୍ପାନି ମଧ୍ୟ ଚେଷ୍ଟା କରୁଛି କି ଫିଚର୍‌କୁ କିପରି ଉନ୍ନତ କରି  ପାରିବ ଓ ଲୋକମାନେ ଅଧିକ ଆକ୍ରୁଷ୍ଟ କିପରି ହେବେ ? ତେବେ ହ୍ଵାଟ୍‌ସଆପ ସହ ଜଡ଼ିତ ଅନେକ କଥା ଅଛି ଯାହା ଆପଣ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ।

ହ୍ଵାଟ୍‌ସଆପ ବ୍ୟବହାରକାରୀଙ୍କ ପାଇଁ ଏହି ୫ଟି କଥା :-

  •  ଆପଣ ଟଙ୍କା ପଠେଇବାକୁ ଚାହୁଁଛନ୍ତି କି ? ତେବେ ଅନ୍ୟ କେଉଁ ଆପ୍‌ ବ୍ୟବହାର ନ କରି , ଅତି ସହଜ ଉପାୟରେ ଆପଣ ହ୍ଵାଟ୍‌ସଆପ ଜରିଆରେ ମଧ୍ୟ ଆପଣ ଟଙ୍କା ପଠେଇ ପାରିବେ । କିଛି ଦିନ ପରେ ଏହି ବ୍ୟବସ୍ଥାଟି ହ୍ଵାଟ୍‌ସଆପରେ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି ।
  • ହ୍ଵାଟ୍‌ସଆପରେ ଆପଣ ମେସେଜ ପଠାଉଛନ୍ତୁ । ଯଦି ଚାହିଁବେ ଆପଣ ସେ ମେସେଜକୁ ଡିଲିଟ ମଧ୍ୟ କରିପାରିବେ ।
  • ଏବେ ହ୍ଵାଟ୍‌ସଆପରେ ୟୁ ଟ୍ୟୁବ୍‌ ଭିଡ଼ିଓ ଦେଖିପାରିବେ । ଆପ୍‌ ଅପଡ଼େଟ୍‌ କରିବା ପରେ ଆପଣ ହ୍ଵାଟ୍‌ସଆପ ମଧ୍ୟରେ ହିଁ ୟୁ ଟ୍ୟୁବ୍‌ ଭିଡ଼ିଓ ଦେଖି ପାରିବେ । ସବୁଠାରୁ ବଡ଼ କଥା ହେଲା ଆପଣ ଆପ୍‌ ମଧ୍ୟରେ ଚାଟ୍‌ କରୁଥିବା ବେଳେ ଭିଡ଼ିଓ ଦେଖି ପାରିବେ । ବାସ୍‌ ପ୍ଲେ ବଟନ୍‌ ମାରିବା ପରେ ତାହା ଆପେ ଆପେ ପ୍ଲେ ହୋଇଯିବ ।
  • ଅନ୍‌ଲାଇନ୍‌ ଅଛନ୍ତି ବୋଲି କାହାକୁ ଜଣାଇବାକୁ ଚାହାନ୍ତି ନାହିଁ ତେବେ ସେଟିଙ୍ଗକୁ ଯାଆନ୍ତୁ । ଏହା ପରେ ଆକାଉଣ୍ଟ ଯାଇ ପ୍ରାଇଭେସି ଉପରେ କ୍ଲିକ୍‌ କରନ୍ତୁ । ଏହା ପରେ ଆପଣଙ୍କର ଲାଷ୍ଟସିନ୍‌ ଅପ୍‌ସନ ଆସିଯିବ । ଏହା ଉପରେ କ୍ଲିକ୍‌ କରି ଲାଷ୍ଟସିନ୍‌ ହାଇଡ଼୍‍ କରି ନିଅନ୍ତୁ ।
  •  ତାରିଖ ଏବଂ କିଛି ନୂଆ ନୂଆ ଷ୍ଟିକର ଲଗାଇ ପାରିବେ ଏବଂ ଲୋକେସନ ମଧ୍ୟ ଆଡ଼୍‍ କରି ପାରିବେ । ଏହି ସବୁ ଜିନିଷକୁ ଫଟୋରେ ଆଡ଼୍‍ କରିବା ପାଇଁ ଯାହାକୁ ପଠାଇବାକୁ ଚାହୁଁଛନ୍ତି ତାଙ୍କର ଚାଟ୍‌ ବକ୍ସ ଖୋଲି ସେଠାରେ ଥିବା +ଆଇକନକୁ ଚିପି ଧରନ୍ତୁ । ଏହା ପରେ ଫଟୋ ଏବଂ ଭିଡ଼ିଓ ଲାଇବ୍ରେରିକୁ ଯାଇ ଯାହା ପଠାଇବାକୁ ଚହୁଁଛନ୍ତି ତାକୁ ବାଛି ନିଅନ୍ତୁ । ବାଛି ସାରିବା ପରେ ଉପରେ ଥିବା ଇମୋଜିକୁ ବାଛି ଫଟୋରେ ଆଡ଼୍‍ କରନ୍ତୁ ।

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର whats up

ପଢନ୍ତୁ ;

ଓଡିଆ ପୁଅର କମାଲ : ‘ରାଇଜିଂ ଷ୍ଟାର୍‌’ ଶ୍ରେଷ୍ଠ ୧୦ରେ ଶଶାଙ୍କ ଶେଖର

Related posts

ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା , ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଦରମା?

Krishna Kumar Manoj

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

Krishna Kumar Manoj

ଅଣ୍ଟା ବିନ୍ଧା ପାଇଁ ଚିନ୍ତିତ କି ? ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଏଥିରୁ ଦବ ମୁକ୍ତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More