ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ମଧ୍ୟରେ ବ୍ୟବହାରକାରୀଙ୍କ କଲ୍, ଫଟୋ, ମେସେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପ୍ରବେଶ ପାଇଁ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି କର୍ମଣ୍ୟ ସିଂ ସରିନ୍ ଏବଂ ଶ୍ରେୟା ସେଠୀ ଏକ ଆବେଦନ ଦାଖଲ କରିଥିଲେ ।
ସୁପ୍ରିମକୋର୍ଟରେ ବିଚାର ହେଲା ହ୍ବାଟସ୍ଆପ୍ ଗୋପନୀୟତା ମାମଲା । ଏହି ସୋସିଆଲ ମିଡିଆ ଆପ୍ରେ ବ୍ୟବହାରକାରୀଙ୍କ ଗୋପନୀୟତା ଭଙ୍ଗ ହେଉଥିବା ନେଇ କରାଯାଇଥିବା ଅଭିଯୋଗର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ବୁଧବାର ହ୍ବାଟସ୍ଆପ୍, ନୂତନ ଗୋପନୀୟତା ନୀତିରେ ସହମତ ନଥିବା ଉପଭୋକ୍ତାମାନଙ୍କ ବ୍ୟବହାର ଉପରେ ସୀମା ନିର୍ଦ୍ଧାରଣ କରିବାକୁ 2021 ମସିହାରେ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍(ସତ୍ୟପାଠ)କୁ ସର୍ବସାଧାରଣରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ 22 ମଇ 2021ରେ ଏକ ଚିଠିରେ ହ୍ବାଟସ୍ଆପ୍ ସରକାରଙ୍କୁ ଆଶ୍ୱାସନା ଦେଇ କହିଥିଲା ଯେ, "ଉପଭୋକ୍ତାଙ୍କ ଗୋପନୀୟତା ଆମ ପାଇଁ ପ୍ରାଥମିକତା, କମ୍ପାନୀ ତା'ର ବ୍ୟବହାରକୁ ସୀମିତ କରିବ ନାହିଁ ।" ମାମଲାର ଶୁଣାଣି ସମୟରେ ମଧ୍ୟ ହ୍ବାଟସ୍ଆପ୍ ଆହୁରି ମଧ୍ୟ କହିଛି ଯେ, ଆମ ପାଖରେ ବ୍ୟବହାରକାରୀଙ୍କ ନାମ ଏବଂ ଫୋନ୍ ନମ୍ବରକୁ ଛାଡିଦେଲେ ଅନ୍ୟ କୌଣସି ଡାଟା ନାହିଁ । ଆମେ ବ୍ୟକ୍ତିଗତ ସେନ୍ସିଟିଭ୍ ଡାଟାକୁ ସାର୍ବଜନୀନ କରିବାକୁ ପ୍ରଶୟ ଦେଇନଥାଉ ।
ଖବର ମୁତାବକ, ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ମଧ୍ୟରେ ବ୍ୟବହାରକାରୀଙ୍କ କଲ୍, ଫଟୋ, ମେସେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପ୍ରବେଶ ପାଇଁ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି କର୍ମଣ୍ୟ ସିଂ ସରିନ୍ ଏବଂ ଶ୍ରେୟା ସେଠୀ ଏକ ଆବେଦନ ଦାଖଲ କରିଥିଲେ । ଏହି ଆବେଦନ ଉପରେ ଜଷ୍ଟିସ କେ.ଏମ ଜୋସେଫଙ୍କ ନେତୃତ୍ୱାଧୀନ 5 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୁଣାଣି କରି ଖଣ୍ଡପୀଠ ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ସାର୍ବଜନୀନ କରିବାକୁ ହ୍ବାଟସ୍ଆପ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ସାର୍ବଜନୀନ କରିବା ପାଇଁ ପାଞ୍ଚଟି ଖବରକାଗଜରେ ବିଜ୍ଞାପନ ଦେବାକୁ କହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।