News

ହ୍ଵାଟ୍ସଆପ ତୁରନ୍ତ ଅପଡେଟ କରିବାକୁ ପରାମର୍ଶ ଦେଲେ ସାଇବର ଇଣ୍ଟେଲିଜେନ୍ସ

ଆଜିର ଦୁନିଆରେ ସବୁଠାରୁ ବହୁଳ ବ୍ୟବହାର ଇଣ୍ଟେରନେଟର କରାଯାଉଥିବେଳେ ସାଇବର ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ତେବେ ସମଗ୍ର ବିଶ୍ବରେ ହ୍ଵାଟ୍ସଆପ କମ୍ପାନୀର ପ୍ରାୟ ୧୫୦ କୋଟି ଗ୍ରାହକ ଥିଲାବେଳେ ଏବେ କମ୍ପାନୀ ତରଫରୁ ସମସ୍ତ ବ୍ୟବହାରକାରୀଙ୍କୁ ନିଜ ଫୋନରେ ଏହାକୁ ତୁରନ୍ତ ଅପଡେଟ କରିବାକୁ ପରାମର୍ଶ ଦେଇଛନ୍ତି। ମାତ୍ର ଗୋଟେ ମିସ କଲ ଦେଇ ବ୍ୟବହାରକାରୀଙ୍କ ଫୋନରୁ ସମସ୍ତ ତଥ୍ୟ ଚୋରାଇନେଇ ଯାଉଥିବାର ସୂଚନା ଦେଇଛି କମ୍ପାନୀ।

ରିପୋର୍ଟ ଅନୁସାରେ ହ୍ଵାଟ୍ସଆପ ମିସ କଲ ଦେଇ ସ୍ପୟୱେର ଇଂଷ୍ଟାଲ କରାଯାଉଥିବା ସମର୍କରେ ଚଳିତ ମାସରେ ଜଣାପଡିଥିଲା। ଏସ୍ରାଏଲର ଏକ ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନେସୋ‘ ଏଥିରେ ସମ୍ପୃକ୍ତ ଅଛି। ଉକ୍ତ କମ୍ପାଇ ବିରୋଧରେ ଲଢୁଥିବା ବ୍ରିଟେନର ଜଣେ ଖ୍ୟାତନାମା ଓକିଲଙ୍କ ଫୋନ ଉପରେ କିଛିଦିନ ତଳେ ଏଭଳି ସାଇବର ଆକ୍ରମଣ କରଯାଇଥିଲା। ମିସ କଲ ଦେଇ ତାଙ୍କ ଫୋନରୁ ସମସ୍ତ ତଥ୍ୟ ଚୋରେଇନେଇଥିବା ଅଭିଯୋଗ ହୋଇଥିଲା।

ତେଣୁ ଏପ୍ରକାର ସାଇବର ଆକ୍ରମଣର ମାତ୍ର ଏକ ସମାଧାନର ବାଟ ରହିଛି ଏହାର ବ୍ୟବହାରକାରୀ ନିଜ ଫୋନରେ ହ୍ଵାଟ୍ସଆପ ତୁରନ୍ତ ଅପଡେଟ କାଲେ ଏଭଳି ଆକ୍ରମଣରୁ ରକ୍ଷପାଇ ଯାଇପାରେ।
ପଢନ୍ତୁ: ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଲଙ୍କାକାଣ୍ଡ

Related posts

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

ENO Beuro

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

ENO Beuro

1 comment

Leave a Comment