ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ଜରମାନଙ୍କର ତଥ୍ୟକୁ ଥାର୍ଡପାର୍ଟିଙ୍କ ସହ ଶେୟାର କରୁଛି

ବର୍ତ୍ତମାନ ସମୟରେ ମନି ଅର୍ଡର, ଚେକ୍‌, ଚାଲାଣ, ଡିମାଣ୍ଡଡ୍ରାଫ୍ଟ ଆଦି ସବୁ ପୁରୁଣା ହେଲାଣି । କୌଣସି କାମରେ ଟଙ୍କା ଦେବାକୁ ହେଲେ ପୂର୍ବଭଳି ଆଉ ନଗଦ ଉପରେ ନିର୍ଭର କରିବାକୁ ପଡୁନାହିଁ । ଏହାର ବିକଳ୍ପ ଭାବେ ଉଭୟ ସରକାରୀ ଏବଂ ଘରୋଇ ପେମେଣ୍ଟ ଆପ୍ଲିକେଶନ ବାହାରିଲାଣି । ଏଗୁଡିକ ମଧ୍ୟରେ ପେଟିଏମ୍‌, ମୋବିକ୍ୱିକ୍‌, ଫୋନ୍‌ପେ, ଭିମ୍‌ ଭଳି ଆପ୍ଲିକେଶନ ରହିଛି ।

ସ୍ମାର୍ଟଫୋନ୍‌ରେ ଆପ୍ଲିକେଶନ ଡାଉନଲୋଡ କରି ନିଜର ଆକାଉଣ୍ଟ ଖୋଲିଲେ ପେମେଣ୍ଟ ବ୍ୟବସ୍ଥା ହୋଇଯାଉଛି । କେବଳ ସେତିକି ନୁହେଁ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆ ମଧ୍ୟ ପେମେଣ୍ଟ ସେବା ପାଇଁ ତର୍ଜମା ଚଳାଇଛନ୍ତି । ସେହିପରି ବିଭିନ୍ନ କମ୍ପାନୀ ନିଜସ୍ବ ଓ୍ବାଲେଟ୍‌ ଆପ୍ଲିକେଶନ ମଧ୍ୟ ବାହାର କଲେଣି । ଗୋଟେପଟେ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢୁଥିଲା ବେଳେ ଆଉଗୋଟେ ପଟେ ଉପଭୋକ୍ତା ହିଁ ଆଶଙ୍କା ଭିତରେ ରହୁଛନ୍ତି।

ଖବର ଅନୁସାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ଲିକେଶନ କୁହାଯାଉଥିବା ହ୍ବାଟ୍ସଆପ୍‌ ଏହାର ପେମେଣ୍ଟ ଆପ୍ଲିକେଶନ ପାଇଁ ପ୍ରକ୍ରିୟା ଚଳାଇଥିବା ବେଳେ ଉପଭୋକ୍ତା ଏହାକୁ ଚାହିଁ ବସିିଛନ୍ତି । କିନ୍ତୁ ଗ୍ରାହକମାନଙ୍କର ବ୍ୟକ୍ତିଗତ ତଥ୍ୟ ହ୍ବାଟ୍ସଆପ୍‌ ଅନ୍ୟ ସଂସ୍ଥାଗୁଡିକୁ ପ୍ରଦାନ କରୁଛି ବୋଲି ହ୍ବାଟ୍ସଆପ୍‌ ନିଜେ ସ୍ବୀକାର କିରିଛି ।

ହ୍ବାଟ୍ସଆପ୍‌ର କହିବା ଅନୁସାରେ ଇଣ୍ଡିଆନ୍‌ ପେମେଣ୍ଟ ପ୍ରାଇଭେସି ପଲିସି ଅନୁସାରେ, ୟୁଜରମାନଙ୍କର ତଥ୍ୟକୁ ଥାର୍ଡପାର୍ଟିଙ୍କ ସହ ଶେୟାର କରୁଛି । କାରବାର ସମ୍ପର୍କିତ ପୂର୍ବ ରେକର୍ଡ, ଠିକଣା ଜାଲିଆତି, ଠକେଇ ତଥା କୌଣସି ପ୍ରକାର ସମସ୍ୟାକୁ ଦୃଷ୍ଟିରେ ରଖି ଥାର୍ଡପାର୍ଟିଙ୍କୁ ଆମେ ୟୁଜରମାନଙ୍କ ତଥ୍ୟ ପ୍ରଦାନ କରୁଛୁ ବୋଲି ପ୍ରକାଶ କରିଛି ।

ପଢନ୍ତୁ ;

ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

କିନ୍ତୁ ଗ୍ରାହକମାନଙ୍କର ବ୍ୟକ୍ତିଗତ ତଥ୍ୟ ହ୍ବାଟ୍ସଆପ୍‌ ଅନ୍ୟ ସଂସ୍ଥାଗୁଡିକୁ ପ୍ରଦାନ କରୁଛି ବୋଲି ହ୍ବାଟ୍ସଆପ୍‌ ନିଜେ ସ୍ବୀକାର କିରିଛି । - 90%

90%

ହ୍ବାଟ୍ସଆପ୍‌ର କହିବା ଅନୁସାରେ ଇଣ୍ଡିଆନ୍‌ ପେମେଣ୍ଟ ପ୍ରାଇଭେସି ପଲିସି ଅନୁସାରେ, ୟୁଜରମାନଙ୍କର ତଥ୍ୟକୁ ଥାର୍ଡପାର୍ଟିଙ୍କ ସହ ଶେୟାର କରୁଛି - 90%

90%
90%

Very Good!

ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ବର୍ତ୍ତମାନ ସମୟରେ ମନି ଅର୍ଡର, ଚେକ୍‌, ଚାଲାଣ, ଡିମାଣ୍ଡଡ୍ରାଫ୍ଟ ଆଦି ସବୁ ପୁରୁଣା ହେଲାଣି । କୌଣସି କାମରେ ଟଙ୍କା ଦେବାକୁ ହେଲେ ପୂର୍ବଭଳି ଆଉ ନଗଦ ଉପରେ ନିର୍ଭର କରିବାକୁ ପଡୁନାହିଁ । ଏହାର ବିକଳ୍ପ ଭାବେ ଉଭୟ ସରକାରୀ ଏବଂ ଘରୋଇ ପେମେଣ୍ଟ ଆପ୍ଲିକେଶନ ବାହାରିଲାଣି । ଏଗୁଡିକ ମଧ୍ୟରେ ପେଟିଏମ୍‌, ମୋବିକ୍ୱିକ୍‌, ଫୋନ୍‌ପେ, ଭିମ୍‌ ଭଳି ଆପ୍ଲିକେଶନ ରହିଛି ।

No Votes Yet

You're not rated yet