EnewsOdia.Com

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Whatsapp Pay

ଖବର ଅନୁଯାୟୀ ଖୁବ ଶୀଘ୍ର Whatsapp ପେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏବାବଦରେ କମ୍ପାନୀକୁ ନ୍ୟାସନାଲ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ତରଫରୁ ଲାଇସେନ୍ସ ମଧ୍ୟ ମିଳିଯାଇଛି । ଏନପିସିଆଇ ତରଫରୁ ଲାଇସେନ୍ସ ମିଳିବା ପରେ Whatsapp ଜରିଆରେ ୟୂନିଫାଇଡ଼ ପେମେଂଟ ଇଣ୍ଟଫେସ ବା ୟୁପିଆଇ ସାହାଯ୍ୟରେ ପେମେଂଟ କରାଯାଇ ପାରିବ । ହ୍ୱାଟ୍ସ ଅପ ପେମେଂଟ କରିବା ପାଇଁ କମ୍ପାନୀ ତରଫରୁ ୨୦୧୮ ମସିହାରୁ ହିଁ ବିଟା ଟେଷ୍ଟିଙ୍ଗ କରାଯାଉଅଛି । ଭାରତରେ ହ୍ୱାଟ୍ସ ଅପ ପେ ଆରମ୍ଭ କରିବା ପାଇଁ କମ୍ପାନୀ, ଆଇସିଆଇସିଆଇ ବ୍ୟାଙ୍କ ସହ ସହଭାଗିତା ମଧ୍ୟ କରିଛି । ଏନପିସିଆଇ ଠାରୁ ଲାଇସେନ୍ସ ମିଳିବା ବାବଦରେ କମ୍ପାନୀ ଅଫିସିଆଲ ସାଇଟରେ କୌଣସି ସୂଚନା ଦିଆଯାଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟୟରେ ୧ କୋଟି ଲୋକଙ୍କୁ ହିଁ ଏହି ସୁବିଧା ଦିଆଯିବ । କହି ରଖିବା ଉଚିତ ହେବ କି ଏଯାବତ ଭାରତରେ ପାଖାପାଖି ୪୦ କୋଟି Whatsappର ଉପଭୋକ୍ତା ଅଛନ୍ତି । ଏବାବଦରେ ଗତ ସପ୍ତାହ ଫେସବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଥିଲେ । ଭାରତ ବ୍ୟତୀତ ବ୍ରାଜିଲ, ଇଣ୍ଡୋନେସିଆ, ମେକ୍ସିକୋ ପରି ଦେଶ ମାନଙ୍କରେ ବି ଅତିଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ । ସିକ୍ୟୁରିଟି ଦୃଷ୍ଟିରୁ ହିଁ ଭାରତରେ ଏହା ଲଞ୍ଚ ନେଇ ଅନୁମତି ମିଳିନଥିଲା । ପୂର୍ବ ବର୍ଷ ଅଗଷ୍ଟ ମାସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତରେ ଡିଜିଟାଲ ପ୍ରତିବର୍ଷ ୧୨.୭ ପ୍ରତିଶତ ହାରରେ ବୃଦ୍ଧି କରୁଛି ।

ପଢନ୍ତ: ଇଣ୍ଡିଗୋ ଏୟାରଲାଇନ୍ସର ଭାଲେଣ୍ଟାଇନ ଡେ’ ସ୍ପେଶାଲ ଅଫର

ସମ୍ବନ୍ଧିତ ଖବର

ଜିଓ ୟୁଜର୍ସଙ୍କ ପାଇଁ ଜବରଦସ୍ତ ପ୍ଳାନ ଆଣିଛି ରିଲାଏନ୍ସ

Ratnamani Maharana

ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ଅହମଦାବାଦରେ ହେବାକୁ ଯାଉଛି ‘ହାଓଡି ଟ୍ରମ୍ପ’

Ratnamani Maharana

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

Ratnamani Maharana

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Ratnamani Maharana