News

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ଝଡ ବର୍ଷା ସମ୍ଭାବନା

ରାଜ୍ୟରେ ତାତି ଦିନକୁ ଦିନ ବଢିବାରେ ଲାଗିଛି। ୧୪ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ସେପଟେ ଆଜି କାଳବୈଶାଖୀ ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆଜି ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ବଲାଙ୍ଗିର, କଳାହାଣ୍ଡି, ଭଦ୍ରକ, ଗଜପତି, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ସମୟରେ ୫୦ ରୁ ୬୦ କ.ମି. ବେଗରେ ପବନ ବହିବ। ଏହାସହ କୁଆପଥର ମାଡ଼ ମଧ୍ୟ ହେବାର ସମ୍ଭାବନା ରହିଛି।

ଆସନ୍ତା ୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବ ବୋଲି ବି ଅନୁମାନ କରାଯାଇଛି।

ପଢନ୍ତୁ; କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

Related posts

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ENO Beuro

ହିନ୍ଦୁ ପୁଅକୁ ପ୍ରେମ କରିବାରୁ ଗଛରେ ବାନ୍ଧି ମାରିଲେ ବାପା ମା’

ENO Beuro

ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ମନ୍ଦିର ପୂଜାରୀ ଗିରଫ

ENO Beuro

1 comment

Leave a Comment